Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭର୍ତ୍ତୃହରି ମହତାବଙ୍କ ବିରୋଧରେ କିଏ କରିଛି ଷଡ଼ଯନ୍ତ୍ର ?

    Share on :
    Date: Jun 6, 2018    Views: 3061

    ଭୁବନେଶ୍ୱର : ଲୋକସଭାରେ ବିଜେଡ଼ି ସଂସଦୀୟ ଦଳ ଅଧ୍ୟକ୍ଷ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କିଏ କରିଛି ଷଡ଼ଯନ୍ତ୍ର ? ସଂସଦର ପବ୍ଲିକ ଆକାଉଂଟସ କମିଟି ଅଧ୍ୟକ୍ଷ କାହା ପ୍ରରୋଚନାରେ ଭର୍ତ୍ତୃହରିଙ୍କ କ୍ଷମତାକୁ ଗୁରୁତ୍ୱହୀନ କରିବାକୁ ଯୋଜନା କରିଛନ୍ତି ? କାହିଁକି ପିଏସି ସବକମିଟିର ସଂଯୋଜକ ପଦରୁ ଇସ୍ତଫା ଦେଲେ ମହତାବ? ଏଭଳି ପ୍ରଶ୍ନ ଏବେ ରାଜନୀତିକ ଅଳିନ୍ଦରେ ଉଙ୍କି ମାରିଛି  । ଅନ୍ୟ କାହାର ପ୍ରରୋଚନାରେ ଏଭଳି କରାଯାଇଥିବା ମହତାବ ଅନୁମାନ କରିଥିଲେ ମଧ୍ୟ ତାହାର ଗୁମର ଫିଟାଇ ନାହାନ୍ତି  । ଏମିତିକି କାହାକୁ ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଇଙ୍ଗିତ କରିନଥିବାରୁ ତାହା ସନେ୍ଦହର କୁହେଳିକା ଭିତରକୁ ଠେଲି ହୋଇଯାଇଛି  ।

    ପବ୍ଲିକ ଆକାଉଂଟସ କମିଟି ଅନ୍ତର୍ଗତ ସବ କମିଟିର ସଂଯୋଜକ ପଦରୁ ମହତାବ ଇସ୍ତଫା ଦେବାପରେ ଚର୍ଚ୍ଚା ଜୋର ଧରିଛି  । ନିକଟରେ ପ୍ରତିରକ୍ଷା ସମ୍ପର୍କିତ ପିଏସି ସବକମିଟି ଦ୍ୱାରା ବୋଫର୍ସ ମାମଲାକୁ ନେଇ ଏକ ରିପୋର୍ଟ ପିଏସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଦିଆଯାଇଥିଲା  । ଏହି ସବକମିଟିର ଅଧ୍ୟକ୍ଷ ଥିଲେ ମହତାବ  । କିନ୍ତୁ ପିଏସି ଅଧ୍ୟକ୍ଷଙ୍କ ଦ୍ୱାରା ବୋଫର୍ସ ରିପୋର୍ଟ ଉପରେ ବିଚାର କରାଯାଇନଥିବାବେଳେ ଭର୍ତ୍ତୃହରି ମହତାବଙ୍କୁ ଅନ୍ୟ ଏକ ଗୁରୁତ୍ୱହୀନ ସବକମିଟିର ସଂଯୋଜକ ଦାୟିତ୍ୱ ଦିଆଯାଇଥିଲା  । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଭର୍ତ୍ତୃହରି  । 

    ସୂଚନାଯୋଗ୍ୟଯେ, ପିଏସି ଅନ୍ତର୍ଗତ ସବକମିଟି-୧ର ସଂଯୋଜକ ଭାବେ ମହତାବଙ୍କୁ ନିଯୁକ୍ତି କରାଯାଇଥିଲା  । କିନ୍ତୁ ସବକମିଟିର ସଂଯୋଜକ ଭାବେ ନିଯୁକ୍ତି କରିବା ପୂର୍ବରୁ ଭର୍ତ୍ତୃହରିଙ୍କ ସହ ପିଏସି ଅଧ୍ୟକ୍ଷ ବିଚାର ବିମର୍ଷ କରିନଥିଲେ କି ତାଙ୍କର ସହମତି ନେଇନଥିଲେ  । ପିଏସି ଅଧ୍ୟକ୍ଷଙ୍କୁ ଲେଖିଥିବା ପତ୍ରରେ ମହତାବ ସ୍ପଷ୍ଟ ଭାବେ କହିଛନ୍ତିଯେ, ପୂର୍ବରୁ ଏପରି ସବକମିଟି ଗଠନ ହୋଇନଥିଲା  । କାର୍ଯ୍ୟଭାର ଅଧିକ ନଥିବାରୁ ସବକମିଟିର ଆବଶ୍ୟକତା ନାହିଁ  । ଶ୍ରୀ ଖଡ଼ଗେ ଅଜ୍ଞତା ଦୃଷ୍ଟିରୁ ହେଉ କିମ୍ବା ଅନ୍ୟ କାହା ଦ୍ୱାରା ପ୍ରରୋଚିତ ହୋଇ ଏପରି ଏକ କମିଟି ଗଠନ କରିଛନ୍ତି ବୋଲି ମହତାବ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି  । ତେବେ ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ ବୋଫର୍ସ ମାମଲା ସମ୍ପର୍କିତ ରିପୋର୍ଟ ଉପରେ ପିଏସି ଅଧ୍ୟକ୍ଷ ବିଚାର କରାଯାଇନଥିବାରୁ ମହତାବ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook