Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆମ ଗାଁ ଆମ ବିକାଶ: ୯୭ଟି ପଂଚାୟତ ପାଇଁ ୨୩.୩ କୋଟି

    Share on :
    Date: Jun 5, 2018    Views: 101

    ଭୁବନେଶ୍ୱର : ଆମ ଆମ ଗାଁ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ, ବଲାଙ୍ଗୀର ଜିଲ୍ଲାର ସଇଁତଳା ବ୍ଲକ, ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଓ କୋରାପୁଟ ଜିଲ୍ଳାର ଦଶମନ୍ତପୁର ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଂଜୁର କରିଛନ୍ତି । 
    ମୁଖ୍ୟମନ୍ତ୍ରୀ କୁକୁଡ଼ାଖଣ୍ଡି ବ୍ଲକର ୨୨ଟି ପଂଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୧୪୨ଟି ପ୍ରକଳ୍ପ, ସଇଁତଳା ବ୍ଲକର ୨୨ଟି ପଂଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୩୩ଟି ପ୍ରକଳ୍ପ, ଖଇରା ବ୍ଲକର ୩୭ଟି ପଂଚାୟତ ପାଇଁ ୯.୩୭ କୋଟି ଟଙ୍କାରେ ୪୪୬ଟି ପ୍ରକଳ୍ପ ଓ ଦଶମନ୍ତପୁର ବ୍ଲକର ୧୬ଟି ପଂଚାୟତ ପାଇଁ ୨.୯୪ କୋଟି ଟଙ୍କାରେ ୧୮୧ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହିପରି ସମୁଦାୟ ୪ଟି ବ୍ଲକର ୯୭ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୩.୨୦ କୋଟି ଟଙ୍କାରେ ୧୦୦୨ଟି ପ୍ରକଳ୍ପ ମଂଜୁର କରିଛନ୍ତି । 
    ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରକଳ୍ପଗୁଡ଼ିକ ପାଇଁ ପଂଚାୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସି ବ୍ୟକ୍ତକରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook