Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶଶୀ ଥରୁର୍... ହାଜର ହୋ...

    Share on :
    Date: Jun 5, 2018    Views: 669

    ନୂଆଦିଲ୍ଲୀ : ପୁଣି ନୀରବତା ଭାଙ୍ଗିଛି ସୁନନ୍ଦା ପୁଷ୍କର ମାମଲା  । ଦୀର୍ଘଦିନ ଧରି ମାମଲାଟି ଚପି ଯାଇଥିବାବେଳେ ପୁଣି ଫାଇଲ ଖୋଲିଛନ୍ତି ଦିଲ୍ଲୀ କୋର୍ଟ  । ସୁନନ୍ଦା ପୁଷ୍କରଙ୍କ ମୃତୁ୍ୟ ମାମଲାରେ ହାଜର ହେବା ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶଶୀ ଥରୁରଙ୍କୁ ନୋଟିସ୍ ଦିଆଯାଇଛି  । ଜୁଲାଇ ୭ରେ ହାଜର ହେବାକୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି  ।

    ମାମଲା ଆଗେଇବା ପାଇଁ ଶଶୀ ଥରୁରଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି  । ସେ ନିଜେ ଚାର୍ଜସିଟ ଅନୁଶୀଳନ କରି ମାମଲାକୁ ଟିକିନିଖି ଅନୁଶୀଳନ କରିଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ କହିଛନ୍ତି  । 

    ସୂଚନାଯୋଗ୍ୟଯେ, ୨୦୧୪ରେ ଦିଲ୍ଲୀର ଏକ ପଂଚତାରକା ହୋଟେଲରୁ ସୁନନ୍ଦା ପୁଷ୍କରଙ୍କ ମୃତ ଦେହ ଠାବ କରାଯାଇଥିଲା  । ମେଲ୍ ଓ ସୋସିଆଲ ମିଡ଼ିଆରେ ସେ ଯେଉଁ ମେସେଜ ପଠାଇଥିଲେ ପୁଲିସ ତାହାକୁ ମୃତୁ୍ୟକାଳୀନ ଜମାନବନ୍ଦୀ ଭାବେ ଗ୍ରହଣ କରିଛନ୍ତି  । ଗତ ମାସରେ ଏସଂକ୍ରାନ୍ତରେ ଯେଉଁ ଚାର୍ଜସିଟ ଦାଖଲ କରାଯାଇଛି ସେଥିରେ ଶଶୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି  । ମୃତୁ୍ୟର ଏକ ସପ୍ତାହ ପୂର୍ବରୁୁ ସୁନନ୍ଦା ଶଶୀଙ୍କୁ ପଠାଇଥିବା ଇମେଲ୍ରେ ‘ତୁମେ ମୋ ବଂଚିବାର ସବୁ ଇଚ୍ଛାକୁ ଧ୍ୱଂସ କରିଦେଇଛ’ ବୋଲି ଉଲ୍ଲେଖ କରିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook