Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଧାନ ପରିଷଦ ପ୍ରସଙ୍ଗ : ଅନୁଧ୍ୟାନ ପାଇଁ ଆନ୍ଧ୍ରପ୍ରଦେଶ ଓ ବିହାର ଯିବ କମିଟି

    Share on :
    Date: Jun 5, 2018    Views: 1161

    ଭୁବନେଶ୍ୱର : ରାଜ୍ୟରେ ବିଧାନ ପରିଷଦ ଗଠନ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିବା ପାଇଁ ଗଠିତ କମିଟି ଖୁବଶୀଘ୍ର ଆନ୍ଧ୍ରପ୍ରଦେଶ ଓ ବିହାର ଗସ୍ତରେ ଯିବେ  । ସେଠାରେ ସେମାନେ ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଷଦ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି  ।

    ସୂଚନାଯୋଗ୍ୟଯେ, ଓଡ଼ିଶାରେ ଅନ୍ୟ ରାଜ୍ୟମାନଙ୍କ ପରି ଏକ ବିଧାନ ପରିଷଦ ଗଠନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି  । ବିହାର, ଜାମ୍ମୁ ଓ କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟମାନଙ୍କରେ ବିଧାନ ପରିଷଦ ଗଠନ କରାଯାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଆଇନ ପ୍ରଣୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି  । ଏହି ପରିପ୍ରେକ୍ଷୀରେ ଓଡିଶା ବିଧାନସଭାରେ ଏକ ସଂକଳ୍ପ ମଧ୍ୟ ଉପସ୍ଥାପିତ ହୋଇଛି  ।

    ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ରେ ଡକ୍ଟର ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ  । ଏହି କମିଟିରେ ପ୍ରମିଳା ମଲ୍ଲିକ, ଭୁଜବଳ ମାଝୀ, ମନୋହର ରାନ୍ଧାରୀ ଓ ନୀତିଶ ଗଙ୍ଗଦେବ ପ୍ରମୁଖ ବିଧାୟକମାନେ ସଦସ୍ୟ ରହିଛନ୍ତି  । ପୂର୍ବରୁ ସେମାନେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତରେ ଯାଇ ସେ ରାଜ୍ୟମାନଙ୍କର ବିଧାନ ପରିଷଦର କାର୍ଯ୍ୟଧାରା ସଂକ୍ରାନ୍ତରେ ଅନୁଧ୍ୟାନ କରିଛନ୍ତି  ।

    ଏହି ବିଷୟରେ ଅଧିକ ଅନୁଧ୍ୟାନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆନ୍ଧ୍ର ଓ ବିହାର ଗସ୍ତରେ ଯାଇ ସେଠାରେ ବିଧାନ ପରିଷଦ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କମିଟିର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି  ।

    ସୂଚନାଯୋଗ୍ୟଯେ, ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା କରାଯାଇଛି  । କିନ୍ତ ଓଡ଼ିଶା ପରି ଅଳ୍ପ କେତେକ ରାଜ୍ୟକୁ ବାଦ ଦେଲେ ଅଧିକାଂଶ ବଡ଼ ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି  । ବିଧାନ ପରିଷଦରେ ସଦସ୍ୟମାନେ ସାଧାରଣତଃ ପରୋକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥା’ନ୍ତି ଏବଂ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିମାନେ ଆଇନ ପ୍ରଣୟନ ପ୍ରକ୍ରିୟାରେ ମହତ୍ୱପୂର୍ଣ୍ଣ ଯୋଗଦାନ ରଖିବାର ସୁଯୋଗ ପାଇଥା’ନ୍ତି  ।

    Maximum 500 characters

    ଅଧିକ ମତାମତ

    Excellent steps taken by the government .L think bidhan parisad is essential for the improvement of our state.

    Dolamani Naik

    Jun 5, 2018

    Good decision. it is too late. Govt must show his eagerness.

    sambhu panigrahi

    Jun 5, 2018

    ରାଜ୍ୟ ଖବର View all

    Find Us on Facebook