Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୂର୍ବତନ ମନ୍ତ୍ରୀ ସୀତାକାନ୍ତଙ୍କୁ ମଉସା ଡାକିଲେ ପୁଲିସ, ପୁଲିସ ଉପରେ ବର୍ଷିଲେ କଂଗ୍ରେସ କର୍ମୀ

    Share on :
    Date: Jun 5, 2018    Views: 9735

    ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କୁ ଚିହ୍ନି ପାରିଲେନି ପୁଲିସ୍ ବାବୁ  । ଚକାଜାମ୍ ଆନେ୍ଦାଳନରେ ସାମିଲ ଥିବା ସୀତାକାନ୍ତଙ୍କୁ ମଉସା ଡାକିଦେଲେ  । କହିଲେ ମଉସା, ଟିକେ ସାଇଡ଼ ହୁଅ  । ବାସ୍ ଏତିକିରେ କଂଗ୍ରେସ କର୍ମୀମାନେ ରାଗିପାଚି ଲାଲ  । ସିଧାସିଧା ପୁଲିସ ବାବୁଙ୍କ ଉପରେ ବର୍ଷିଲେ  । ଚିହ୍ନି ନପାରି ଭୁଲରେ ଏମିତି ହୋଇଯାଇଛି ବୋଲି ପୁଲିସ ବାବୁ ଜଣଙ୍କ କହିଥିଲେ ମଧ୍ୟ କଂଗ୍ରେସ କର୍ମୀ ଶୁଣିବା ମୁଡ଼୍ରେ ନଥିଲେ  । ପୂର୍ବତନ ମନ୍ତ୍ରୀଙ୍କୁ ଚିହ୍ନି ପାରୁନ ? ପୁଲିସ ଚାକିରୀ କରିଛ ବୋଲି ମଣିଷ ମାନୁନ ? ଏମିତି ଢଙ୍ଗରେ ପୁଲିସ ଉପରେ ବର୍ଷିଥିଲେ ଯୁବ କଂଗ୍ରେସ ନେତା  । ପୁଲିସ ଏଏସଆଇ ଓ ଯୁବ ନେତାଙ୍କ ମଧ୍ୟରେ ଢେ଼ର ସମୟ କଥା କଟାକଟି ହେବା ପରେ ସୀତାକାନ୍ତ ମହାପାତ୍ର ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ  । ସୀତାକାନ୍ତ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook