Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ବିଜେପୁର ବିକାଶ କାର୍ଯ୍ୟ ସମୀକ୍ଷା କଲେ ନବୀନ

    Share on :
    Date: Jun 4, 2018    Views: 2307

    ଭୁବନେଶ୍ୱର : ‘ବିଜେପୁର ବିକାଶ ଦାୟିତ୍ୱ ମୋର’  । ବିଜେପୁର ଉପନିର୍ବାଚନ ବେଳେ ବିଜେପୁରବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମିତ ଭାବେ ବିଜେପୁର ବିକାଶ କାର୍ଯ୍ୟ ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି  । ବିଜେପୁରକୁ ଆଦର୍ଶ ନିର୍ବାଚନମଣ୍ଡଳୀରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି  । ଆଜି ସଚିବାଳୟରେ ବିଜେପୁର ନିର୍ବାଚନମଣ୍ଡଳୀରେ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି  ।

    ବୈଠକରୁ ଜଣାଯାଇଛିଯେ, ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଇସିଲଟ, ବିଜେପୁର ଓ ବରପାଲିରେ ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନ ପ୍ରକଳ୍ପ ଦ୍ରୁତ ଗତିରେ ଆଗେଇ ଚାଲିଛି  । ପୂର୍ତ୍ତ ବିଭାଗ ପକ୍ଷରୁ ୯.୩୮ କୋଟି ଟଙ୍କା ବିନିଯୋଗରେ ବରପାଲିରେ ଗୋଟିଏ ରେଲୱେ ଓଭରବ୍ରିଜ୍, ଗୋଟିଏ କେନାଲ ସର୍ଭିସ୍ ରୋଡ଼ ଓ ବରପାଲି-ବିଜେପୁରରେ ଗୋଟିଏ ସଡ଼କ ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟ ଜାରିରହିଛି  । ସେହିପରି ୩.୫୨ କୋଟି ଟଙ୍କା ବିନିଯୋଗରେ ୭ଟି ଅଣଯୋଜନା ସଡ଼କ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ୫.୬୬ କୋଟି ଟଙ୍କା ବିନିଯୋଗରେ ୪ଟି ସଡ଼ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି  । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୩୪ ସଡ଼କ ପ୍ରକଳ୍ପର ଉନ୍ନତିକରଣ ଓ ମରାମତି କାର୍ଯ୍ୟ ମଧ୍ୟରୁ ୨୯ଟି କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ବାକି ୫ଟିର କାର୍ଯ୍ୟ ଖୁବଶୀଘ୍ର ଶେଷ ହେବବୋଲି ଜଣାଯାଇଛି  । ୩୬ ଅଣଯୋଜନା ବିଲଡ଼ିଂ ସମ୍ପୂର୍ଣ୍ଣ ହୋଇଥିବାବେଳେ ବିଜେପୁରରେ ୨ କୋଟି ଟଙ୍କା ବିନିଯୋଗରେ ଏକ ମଡେ଼ଲ ସ୍କୁଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି  । ସେହିପରି ଅଙ୍ଗ ନଦୀ ଉପରେ ୧୨ କୋଟି ୮୬ ଲକ୍ଷ ଟଙ୍କା ବିନିଯୋଗରେ ଏକକ ବୃହତ୍ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି  । 

    ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାରେ ୨୬୪ ଗାଁରୁ ୧୮୨ ଗାଁର ବିଦୁ୍ୟତୀକରଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ୮୨ଟି ଗ୍ରାମରେ କାର୍ଯ୍ୟ ଚାଲିଛି  । ୱେସକୋ ଜରିଆରେ ୬୧ ଟ୍ରାନ୍ସଫର୍ମର ଉନ୍ନତୀକରଣ କରାଯାଇଛି  । ସେହିପରି ୩ଟି ଯାକ ବ୍ଲକରେ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି  ।

    ନିର୍ବାଚନମଣ୍ଡଳୀର ୩ଟି ଯାକ ବ୍ଲକରେ ୬୩ ପାଇପ ଜଳ ପ୍ରକଳ୍ପ ନିର୍ମାଣ ବିଭିନ୍ନ ସ୍ତରରେ ରହିଥିବାବେଳେ ୨୭୪ ଟୁ୍ୟବେଲର ମରାମତି ସମ୍ପୂର୍ଣ୍ଣ ହୋଇଛି  । ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପରେ ଅଗ୍ରଗତି ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ  ।

    ୨୦୧୭ ଡିସେମ୍ବରରୁ ୨୦୧୮ ମଇ ମଧ୍ୟରେ ୨୦ ଉଠା ଜଳସେଚନ ପ୍ରକଳ୍ପ କାମ ମଧ୍ୟରୁ ୧୦ଟି ସମ୍ପୂର୍ଣ୍ଣ ହୋଇଛି ଓ ୧୦ଟି କାମ ଚାଲିଛି  । ୨ କୋଟି ୨୦ ଲକ୍ଷ ଟଙ୍କା ବିନିଯୋଗରେ ଚାଲିଥିବା ଏହି କାମର ଜଳସେଚନ କ୍ଷମତା ହେଉଛି ୪୪୦ ହେକ୍ଟର  । ଜମୁଟପଲ୍ଲୀ ମେଗା ଲିଫ୍ଟ ପ୍ରକଳ୍ପ ମାର୍ଚ୍ଚରେ ଉଦଘାଟିତ ହୋଇଛି  । ସେହିପରି ୧୯୨୦୦ ହେକ୍ଟର ଜଳସେଚନ କ୍ଷମତା ବିଶିଷ୍ଟ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ  ।

    ପ୍ରକଳ୍ପଗୁଡ଼ିକର ମାନକୁ ଧ୍ୟାନ ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ  । ଦୁଇ ମାସ ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ବିଜେପୁର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବେ  ।

    ବୈଠକରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟିକା ରୀତା ସାହୁ, ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ  ।

    Maximum 500 characters

    ଅଧିକ ମତାମତ

    ବିଜେପୁର ବିକାଶ ନିହାତି ଜରୁରୀ ଅଟେ ।କାରଣ ଗତ ଉପନିର୍ବାଚନ ସମୟରେ ମୁଁ ବରପାଲି ବ୍ଲକ ବାରଗୁଡା ପଞ୍ଚାୟତ ଦାୟିତ୍ୱରେ ବିଜେଡି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିଲି ।ଏଠାକାର ଜନତା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉପରେ ବିକାଶର ଦୃଢ଼ ପ୍ରତିଶ୍ରୁତିରେ ଭରସା ଓ ବିଶ୍ୱାସ ରଖି ବିଧାୟିକା ରୀତା ସାହୁଙ୍କୁ ଭୋଟ ଦେଇ ବିଜୟ କରିଥିଲେ ।ଆଜି ମୁଖ୍ୟମନ୍ତ୍ରୀ ବିଜେପୁର ନିର୍ବାଚନ ମଣ୍ଡଳୀ ବିକାଶ ଉପରେ ସମୀକ୍ଷା କରିଥିବାରୁ ଆମେ ସମସ୍ତେ ଆନନ୍ଦ ଅନୁଭବ କରୁଛୁ ।ଏହା ଦ୍ବାରା ଜନତାଙ୍କ ନିକଟକୁ ବିକାଶର ବାର୍ତା ପହଞ୍ଚିବ ।ଜୟ ବିଜେଡି ::ନବୀନ ପଟ୍ଟନାୟକ ଜିନ୍ଦାବାଦ ।

    ଦେବେନ୍ଦ୍ର ପ୍ରସାଦ ମାଝୀ

    Jun 5, 2018

    ଯୋଜନା ଓ ବିକାଶ View all

    Find Us on Facebook