Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ବୋମାମାଡ଼

    Share on :
    Date: Jun 4, 2018    Views: 4247

    ଭୁବନେଶ୍ୱର : ଢେଙ୍କାନାଳର ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି  । ଜନସମ୍ପର୍କ ଯାତ୍ରାରେ ଯାଉଥିବାବେଳେ ଦୁଇ ଜଣ ଦୁର୍ବୃତ ଆସି ବୋମାମାଡ଼ କରିଥିଲେ  । ବୋମାମାଡ଼ରେ ପୂର୍ବତନ ବିଧାୟକ ଶ୍ରୀ ନନ୍ଦଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି  । ଏନେଇ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରୀ ନନ୍ଦ କହିଛନ୍ତିଯେ, ଦୁର୍ବୃତମାନେ ତାଙ୍କୁ ଲକ୍ଷ୍ୟ କରି ବୋମାମାଡ଼ କରିଥିଲେ  । କିନ୍ତୁ ସୌଭାଗ୍ୟବଶତଃ ତାହା ଗାଡ଼ି ଉପରେ ବାଜିବାରୁ ସେ ବର୍ତି ଯାଇଛନ୍ତି ବୋଲି କହିଛନ୍ତି  । ଏନେଇ ଥାନାରେ ଅବଗତ କରାଯାଇଛି  । ଘଟଣା ସ୍ଥଳରେ ତାଙ୍କର ସମସ୍ତ ସମର୍ଥକମାନେ ଉପସ୍ଥିତ ଅଛନ୍ତି  । ପ୍ରଭୁଙ୍କ ଦୟାରୁ ସେ ସୁରକ୍ଷିତ ବୋଲି ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି  । ପୁଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ୍ କରୁଥିବାବେଳେ ବିରୋଧୀ ଗୋଷ୍ଠୀ ଏଭଳି କୁତ୍ସିତ ରାଜନୀତି କରୁଥିବା ଚର୍ଚ୍ଚା ହେଉଛି  ।

    ସୂଚନାଯୋଗ୍ୟଯେ, ଗତ କିଛିଦିନ ଧରି ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ବ୍ୟାନରରେ ଶ୍ରୀ ନନ୍ଦ ଢେଙ୍କାନାଳ ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ ଯାତ୍ରା କରୁଛନ୍ତି  । ଆଜି ଶହ ଶହ ମୋଟର ସାଇକେଲ୍ ର୍ୟାଲିରେ ଶ୍ରୀ ନନ୍ଦ ଜନସମ୍ପର୍କ ଯାତ୍ରା କରୁଥିଲେ  । ତେବେ କାଲୁରିଆ ଗ୍ରାମ ପଂଚାୟତର ନୂଆ ଠାକୁରପାଳ ଠାରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିଲେ  । ବୋମାମାଡ଼ ଯୋଗୁଁ ତାଙ୍କ କାରର ପଛ କାଚ ଭାଙ୍ଗିଯାଇଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook