Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କିଏ ନେଲା ରନôଭଣ୍ଡାର ଚାବି ? ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଇନ ମନ୍ତ୍ରୀ

    Share on :
    Date: Jun 4, 2018    Views: 383

    ଭୁବନେଶ୍ୱର : ରନô ଭଣ୍ଡାର ଚାବି ଗାଏବ ! କିଏ ହଜେଇ ଦେଇଛି ନା କିଏ ନେଇଯାଇଛି ? ଯଦି ହଜି ଯାଇଛି ଗତ ୪୦ ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ କରୁଥିଲା କ’ଣ ? ସତରେ ଯତି ଚୋର ଚାବି ନେଇଯାଇଛି ତେବେ ସେ ରନôଭଣ୍ଡାରରୁ ରନô ଗାଏବ କରିନେଇନି ତ ? ଏଭଳି ଅନେକ ଅନୁତରିତ ପ୍ରଶ୍ନ ଭକ୍ତଙ୍କ ମଧ୍ୟରେ ଉଙ୍କି ମାରିଛି  । ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଠାରୁ ନେଇ ଗଜପତି ମହାରାଜାଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦବେଗ ପ୍ରକାଶ କରିଛନ୍ତି  । ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି  । ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ବି ଉଠିଛି  । ଏଭଳି ଏକ ସଂଗୀନ ପ୍ରସଙ୍ଗରେ ଠୋସ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ମଧ୍ୟ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି  । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା  । ଉଭୟଙ୍କ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଏନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook