ମୁଖ୍ୟ ଖବର
୨୦୦୬ ବିଧାନସଭା ନିର୍ବାଚନ ବେଳେ ମମତା ବାନାର୍ଜୀ ଏନଡ଼ିଏର ସହଯୋଗୀ ଥିଲେ । ସେତେବେଳେ କେନ୍ଦ୍ରରେ ଥିଲା ମନମୋହନ ସିଂହଙ୍କ ସରକାର । ମମତାଙ୍କ ତୃଣମୂଳ କଂଗ୍ରେସ ଥିଲା ଏନଡ଼ିଏର ସହଯୋଗୀ । ଏହି ନିର୍ବାଚନରେ ମମତା ବିଜୟୀ ହେବା ପାଇଁ ଆଶା ବାନ୍ଧିଥିଲେ ବି ସଫଳ ହୋଇପାରିନଥିଲେ ।
୨୦୦୬ରେ ପାଂଚଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅପ୍ରେଲ ୧୭ରେ ପ୍ରଥମ ପର୍ଯ୍ୟାୟ, ଅପ୍ରେଲ ୨୨ରେ ଦ୍ୱିତୀୟ ପର୍ଯ୍ୟାୟ, ଅପ୍ରେଲ ୨୭ରେ ତୃତୀୟ ପର୍ଯ୍ୟାୟ, ମେ’ ୩ରେ ଚତୁର୍ଥ ପର୍ଯ୍ୟାୟ ଓ ମେ’ ୮ରେ ପଂଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ତେବେ ନିର୍ବାଚନରେ ସିପିଆଇଏମ ନେତୃତ୍ୱାଧୀନ ବାମମେଂଟ ସରକାର ବାଜିମାତ କରିଥିଲା । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କ୍ରମାଗତ ବାଜିମାତ କରି ବିଶ୍ୱରେ ସିପିଏମ ରେକଡର଼୍ ସୃଷ୍ଟି କରିଥିଲା । ଗଣତାନ୍ତ୍ରିକ ପଦ୍ଧିତରେ କୌଣସି ବାମପନ୍ଥୀ ସରକାର ଏତେ ବର୍ଷ ନିର୍ବାଚିତ ହେବାର ନଜିର ବିଶ୍ୱରେ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳିନଥିଲା ।
ନିର୍ବାଚନରେ ବାମମେଂଟ ୨୩୩ ଆସନରେ ବାଜିମାତ କରିଥିଲା । ସିପିଏମ ୧୭୬, ଏଆଇଏଫବି ୨୩, ଆରଏସପି ୨୦, ସିପିଆଇ ୮ ଆସନରେ ବିଜୟୀ ହୋଇଥିଲେ । ଯେତେବେଳେକି ଏନଡ଼ିଏ ୩୧ ଆସନ ପାଇପାରିଥିଲା । ତୃଣମୂଳ କଂଗ୍ରେସ ୩୦ ଆସନ ପାଇଥିବାବେଳେ ଜେକେପି ଗୋଟିଏ ଆସନରେ ସନ୍ତୁଷ୍ଟ ରହିଥିଲା । ବିଜେପି କିନ୍ତୁ ଖାତା ଖୋଲିପାରିନଥିଲା । ଅପରପକ୍ଷରେ ଉପା ୨୬ ଆସନରେ ଜିତି ପାରିଥିଲା । କଂଗ୍ରେସକୁ ୨୧, ଜିଏନଏଲଏଫ ୩ ଓ ଅନ୍ୟ ଦଳ ୨ ଆସନ ପାଇଥିଲେ ।
Comments ସମସ୍ତ ମତାମତ