Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସୋରଡ଼ାରେ ଆମ ଗାଁ, ଆମ ବିକାଶ : ୧୭୫ ପ୍ରକଳ୍ପକୁ ୬ କୋଟି ୨୫ ଲକ୍ଷ ମଂଜୁର

    Share on :
    Date: Jun 2, 2018    Views: 369

    ସୋରଡ଼ାରୁ ଲମ୍ବୋଦର ଅଧିକାରୀ : ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକରେ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଳକସ୍ତରୀୟ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ସାଂସଦ ଲଡୁକିଶୋର ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ବିଜୟ ଅମିତ୍ କୁଲାଙ୍ଗେ, ସୋରଡ଼ା ବ୍ଲକ ଅଧ୍ୟକ୍ଷା ସାଇବାଣୀ ମଳିକ ଉପସ୍ଥିତ ଥିଲେ  । ବ୍ଲକର ୨୫ଟି ପଂଚାୟତର ୧୭୫ ପ୍ରକଳ୍ପ ପାଇଁ ୬ କୋଟି ୨୫ ଲକ୍ଷ ଅର୍ଥ ରାଶି ମଂଜୁର କରିଛନ୍ତି  । ଏଥିସହିତ ନିର୍ମାଣ ଶ୍ରମିକମାନଙ୍କୁ ସାଇକେଲ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଂଘମାନଙ୍କୁ ଅର୍ଥ ପ୍ରଦାନ କରାଯାଇଛି  । ବିଡ଼ିଓ ସୁଶୀଲ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

    Maximum 500 characters

    ଆଂଚଳିକ View all

    Find Us on Facebook