Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୪ଟି ବ୍ଲକର ୧୩୮ ପଂଚାୟତ ପାଇଁ ୩୦.୭୨ କୋଟି ମଂଜୁର

    Share on :
    Date: Jun 2, 2018    Views: 395

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଓ ଗଂଜାମ ଜିଲ୍ଲାର ସୋରଡ଼ା ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଂଜୁର କରିଛନ୍ତି । 
    ମୁଖ୍ୟମନ୍ତ୍ରୀ ସୋହେଲା ବ୍ଲକ ୨୭ଟି ପଂଚାୟତ ପାଇଁ ୬୫୦୦ କୋଟି ଟଙ୍କାରେ ୨୭୧ଟି ପ୍ରକଳ୍ପ, ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଂଚାୟତ ପାଇଁ ୮.୭୫ କୋଟି ଟଙ୍କାରେ ୪୪୪ଟି ପ୍ରକଳ୍ପ, ଧର୍ମଶାଳା ବ୍ଲକର ୪୫ଟି ପଂଚାୟତ ପାଇଁ ୯.୨୨ କୋଟି ଟଙ୍କାରେ ୩୦୪ଟି ପ୍ରକଳ୍ପ ଓ ସୋରଡ଼ା ବ୍ଲକର ୨୫ଟି ପଂଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୧୯୫ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହିପରି ସମୁଦାୟ ୪ଟି ବ୍ଲକର ୧୩୮ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୦.୭୨ କୋଟି ଟଙ୍କାରେ ୧୨୧୪ଟି ପ୍ରକଳ୍ପ ମଂଜୁର କରିଛନ୍ତି । 
    ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଏହି ପ୍ରକଳ୍ପ ଗୁଡ଼ିକୁ ମିଳିମିଶି ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପଗୁଡ଼ିକ ପାଇଁ ପଂଚାୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

    Read more

    ‘ଆମ ଗାଁ ଆମ ବିକାଶ’ରେ ମଂଜୁର ହେଲାଣି ୧୨୩୪.୩୪ କୋଟି

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୩୩.୩୦ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା ନୟାଗଡ଼ ଜିଲ୍ଲାର ରଣପୁର, ଯାଜପୁର ଜିଲ୍ଲାର ବରି, ମାଲକାନଗିରି ଜିଲ୍ଲାର ...

    Read more

    ୧୦୨ ପଂଚାୟତ ପାଇଁ ୧୭.୫୮ କୋଟି ମଂଜୁର

    ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ଜିଲ୍ଲାର ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା କଳାହାଣ୍ଡି ଜିଲ୍ଲାର ଲାଂଜିଗଡ଼, ବଲାଙ୍ଗୀର ଜିଲ୍ଲାର ତୁରେଇକେଲା, ସମ୍ବଲପୁର ...

    Read more

    ୧୦୧ ବ୍ଲକରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

    ଭୁବନେଶ୍ୱର : ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜି ୧୦୧ଟି ବ୍ଲକରେ ପହଁଚିଛି । ମାର୍ଚ୍ଚ ୫ ବିଜୁବାବୁଙ୍କ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨୧,୯୬୦ଟି ପ୍ରକଳ୍ପ ପାଇଁ ମୋଟ ୫୪୭ କୋଟି ୭୪ଲକ୍ଷ ୧୫ ହଜାର ୪୦୦ ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook