Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ନବୀନଙ୍କ ଦାବି

    Share on :
    Date: Jun 2, 2018    Views: 305

    ଭୁବନେଶ୍ୱର: ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଦାବି କରିଛନ୍ତି । 
    ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଜାରି ରହିଛି । ଏ ନେଇ ସେ ୨୦୧୫ ସେପ୍ଟମ୍ବର ୧୬ ଏବଂ ୨୦୧୭ ନଭେମ୍ବର ୨୮ରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଓଡ଼ିଶାକୁ ଅବଗତ କରାନଯାଇ ପୋଲାଭରମ ପ୍ରକଳ୍ପ ଆଗେଇ ଚାଲିଥିବା ବେଳେ ଏହାଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେବ । ଯଦି ବିବାଦର ସମାଧାନ ନହେବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଏ ତେବେ ଓଡ଼ିଶାର ଆଦିବାସୀମାନେ ସ୍ଥାୟୀ ଭାବେ ପ୍ରଭାବିତ ହେବେ ବୋଲି ନବୀନ କହିଛନ୍ତି । 
    ନବୀନ ଉଲ୍ଲେଖ କରିଛନ୍ତି ଯେ, ଗୋଦାବରୀ ଜଳବିବାଦ ଟି୍ୟବୁ୍ୟନାଲ ରାୟର ବିରୋଧାଚରଣ କରାଯାଇ ପୋଲାଭରମ ପ୍ରକଳ୍ପ ନିର୍ମାଣ କରାଯାଉଛି । ଓଡ଼ିଶା ସୀମାନ୍ତରେ ଥିବା ସାବରୀ ଓ ସିଲେରୁ ନଦୀରେ କେତେ ବ୍ୟାକ ୱାଟର ପ୍ରବେଶ କରିବ ତାହାକୁ ଠିକଭାବେ ଆକଳନ କରାଯାଇନାହିଁ । ଏହି ପ୍ରକଳ୍ପ ବିରୋଧରେ ୨୦୦୭ରେ ରାଜ୍ୟ ସରକାର ସୁପି୍ରମକୋର୍ଟକୁ ଯାଇଥିଲେ । ସୁପିମକୋର୍ଟରେ ମାମଲା ଏବେ ବିଚାରାଧୀନ ରହିଛି । ମାଲକାନଗିରି ଜିଲ୍ଲାରେ ଜନଶୁଣାଣି କରାନଯାଇ ୨୦୦୫ରେ ପ୍ରକଳ୍ପକୁ ପରିବେଶ ମଂଜୁରୀ ପ୍ରଦାନ କରାଯାଇଥିଲା । ପରିବେଶ ମନ୍ତ୍ରଣାଳୟର ପରିବେଶ ମଂଜୁରୀ ଦେବାବେଳେ ଜନଶୁଣାଣି ପାଇଁ ନିଦେ୍ର୍ଧଶ ଦେଇଥିଲେ । ଜାତୀୟ ପରିବେଶ ଆପିଲେଟ୍ ଅଥୋରିଟି ଜନଶୁଣାଣି ପାଇଁ ନିଦେ୍ର୍ଧଶ ଦେଇଥିବା ବେଳେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତାହାକୁ ଖାରଜ କରିଦେଇଥିଲେ । ଏହା ବିରୋଧରେ ମଧ୍ୟ ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆବେଦନ କରିଛନ୍ତି । ସୁପି୍ରମକୋର୍ଟରେ ଓଡ଼ିଶା ଓ ଛତିଶଗଡ଼ ସରକାର ଏକ ପିଟିସନ ଫାଇଲ୍ କରିବା ସହ ଆନ୍ଧ୍ରପ୍ରଦେଶରେ ଥିବା ମାମଲାଟିକୁ ସୁପି୍ରମକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ନିବେଦନ କରିଛନ୍ତି । ସୁପି୍ରମକୋର୍ଟ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ପୋଲାଭରମ ଜଳଭଣ୍ଡାର ପୂର୍ଣ୍ଣ ହେଲେ ଓଡ଼ିଶାର ଅନେକ ଅଂଚଳ ଜଳାର୍ଣ୍ଣବ ହେବାର ଆଶଙ୍କା ରହିଛି । ଡିଜାଇନ ପରିବର୍ତନ ବେଳେ ଆନ୍ଧ୍ରପ୍ରଦେଶ ସରକାର ଓ କେନ୍ଦ୍ରୀୟ ଜଳକମିଶନ ଓଡ଼ିଶାର ମତାମତ ନେଇ ନାହାନ୍ତି । ତେଣୁ ଏହି ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook