Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ବିବାହିତ ପୁରୁଷ ସହ ସମ୍ପର୍କ ରଖୁଥିବା ଝିଅଙ୍କ କାରନାମା ପଦାକୁ ଆସିବା ଦରକାର : ବର୍ଷା ପ୍ରିୟଦର୍ଶିନୀ

    Share on :
    Date: Jun 2, 2018    Views: 7897

    ଭୁବନେଶ୍ୱରରୁ ଜିତେନ୍ଦ୍ର କୁମାର ଜେନା : ବିବାହିତ ପୁରୁଷଙ୍କ ସହ ସମ୍ପର୍କ ରଖୁଥିବା ଝିଅ କିମ୍ବା ଘରେ ସ୍ତ୍ରୀ ଥାଇ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିବା ପୁରୁଷଙ୍କ କାରନାମା ଅତ୍ୟନ୍ତ ନିନ୍ଦନୀୟ  । ସେମାନଙ୍କ କାରନାମା ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର  । ସମସ୍ତେ ମଧ୍ୟ ଏହାର ପ୍ରତିବାଦ କରିବା ଦରକାର  । ଏକ ଟେଲିଭିଜନ ସାକ୍ଷାତକାରରେ ଏକଥା କହିଛନ୍ତି ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀ  ।

    ବର୍ଷାଙ୍କ ଏହି ମନ୍ତବ୍ୟକୁ ନେଇ ଏବେ ରୋଚକ ଚର୍ଚ୍ଚା ସୃଷ୍ଟିହୋଇଛି  । ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଏହି କାରଣରୁ ଫାଟ ଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ବର୍ଷା ବୁଲେଇ ବାଙ୍କେଇ ନିଶାନା ସାଧିଥିବା ତାଙ୍କର ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ ମତବ୍ୟକ୍ତ କରିଛନ୍ତି  । ତେବେ ସାକ୍ଷାତକାରରେ ଅନୁଭବଙ୍କ ସହ ତାଙ୍କର ସମ୍ପର୍କ ବେଶ ନିବିଡ଼ ଥିବାବେଳେ ବିବାହ ପରେ ସେମାନଙ୍କ ମଧ୍ୟରେ ଭଲପାଇବା ଆହୁରି ବଢ଼ିଯାଇଛି ବୋଲି କହିଛନ୍ତି  । ତେବେ ଏଲିନାଙ୍କ ସମ୍ପର୍କିତ ଏକ ପ୍ରଶ୍ନକୁ ବର୍ଷା ଚତୁରତାର ସହ ଏଡ଼ାଇ ଯାଇଛନ୍ତି  । ସେ କହିଛନ୍ତିଯେ, ତାଙ୍କ ସ୍ୱାମୀ ଅନୁଭବ ହ୍ୟାଣ୍ଡସମ ହିରୋ  । ହୁଏତ କେହି ଅନୁଭବଙ୍କ ଉପରେ ପ୍ରଭାବିତ ହୋଇ ସୋସିଆଲ ମିଡ଼ିଆରେ ମନର କଥା ଲେଖିଥାଇ ପାରନ୍ତି  । ତେବେ ଜଣେ ଚାହିଁଲେ ବି ଅନୁଭବ ଓ ତାଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି କରିପାରିବେ ନାହିଁ ବୋଲି ବର୍ଷା କହିଛନ୍ତି  । ତେବେ ନବୀନ ପଟ୍ଟନାୟକ ତାଙ୍କ ପାଇଁ ରିଅଲ ହିରୋ ବୋଲି କହିଛନ୍ତି ବର୍ଷା  । ଯଦିଓ ରାଜନୀତି ପାଇଁ ଏବେ ତାଙ୍କର ଆଗ୍ରହ ନାହିଁ ତଥାପିବି ସୁଯୋଗ ଆସିଲେ ସେ ଚିନ୍ତା କରିବେ ବୋଲି କହିଛନ୍ତି  ।

    Maximum 500 characters

    କଳା View all

    Find Us on Facebook