Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବିଜେପି ଅଫିସରେ କିଏ ଫୁଟାଇଲା ଗୁଳି ?

    Share on :
    Date: Jun 2, 2018    Views: 1337

    ଭୁବନେଶ୍ୱର : କେବେ ଦଳୀୟ କାର୍ଯ୍ୟାଳୟରେ କର୍ମୀ ପଶି ସଭାପତିଙ୍କୁ ନକଲି ବନ୍ଧୁକ ଦେଖାଉଛନ୍ତି ତ କେବେ ରାଜନୈତିକ ହତ୍ୟାକାଣ୍ଡ ଅଭିଯୋଗରେ ଜେଲ ଯାଉଛନ୍ତି ବିଜେପି ନେତା  । ଆଉ କେବେ ସୁତୁଲି ବୋମା ମାଡ଼ ହେଉଥିବାର ମଧ୍ୟ ନଜିର ରହିଛି  । ଏଭଳି ଘଟଣାକୁ ନେଇ ବିଜେପି ବଦନାମ ହେଉଥିବାବେଳେ ପୁଣି ସେମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି  ।

    ବରଗଡ଼ ଜିଲ୍ଲା ଭଟଲି ବ୍ଲକ ବିଜେପି କାର୍ଯ୍ୟାଳୟରେ ଗୁଳିମାଡ଼ ହୋଇଛି  । ଗୁଳିମାଡ଼ରେ ବିଜେପି କର୍ମୀ ବୁଲୁ ସତନାମୀଙ୍କ ମୃତୁ୍ୟ ମଧ୍ୟ ହୋଇଛି  । ଘଟଣାସ୍ଥଳରୁ ପିସ୍ତଲ ଓ ଖୋକା ଜବତ ହୋଇଥିବାବେଳେ ୩ ଜଣଙ୍କୁ ପୁଲିସ ଅଟକ ରଖିଥିବା ଜାଣିବାକୁ ମିଳିଛି  ।

    ଖବର ଅନୁଯାୟୀ, ଗତକାଲି ଭଟଲି ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ବୈଠକ ବସିଥିଲା  । ବୈଠକରେ ଯୋଗ ଦେଇଥିଲେ ବୁଲୁ  । କିନ୍ତୁ ବୈଠକ ଚାଲିଥିବାବେଳେ ଗୁଳି ଫୁଟିଥିଲା  । ଯାହାକି ବୁଲୁଙ୍କ ଦେହରେ ବାଜିଥିଲା  । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବୁଲୁଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା  । ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା  । କିନ୍ତୁ ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା  । ଗୁଳି ବୁଲୁଙ୍କ ମୁଣ୍ଡରେ ରହିଯାଇଥିବାରୁ ତାଙ୍କର ମୃତୁ୍ୟ ଘଟିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି  ।  ରାଜନୈତିକ ଶତ୍ରୁତା କାରଣରୁ ଏଭଳି ଘଟଣା ଘଟିଥିବା ଜାଣିବାକୁ ମିଳିଛି  । ତେବେ ବୁଲୁଙ୍କ ନିଜ ଦଳର କର୍ମୀ ଗୁଳିମାଡ଼ କରିଛନ୍ତି ନା ବାହାର ଲୋକ ଗୁଳି ମାରିଛନ୍ତି ତାହା ସ୍ପଷ୍ଟ ହୋଇଯାଇନାହିଁ  । ଏହି ଘଟଣା ନେଇ ବିଜେପି କିମ୍ବା ବିଜେଡ଼ି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବାରୁ ଘଟଣାଟି ରହସ୍ୟମୟ ହୋଇଯାଇଛି  । ଅପରପକ୍ଷରେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି  ।

    Maximum 500 characters

    ଆଂଚଳିକ View all

    Find Us on Facebook