Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨୮୨ ଆସନରୁ ଖସି ୨୭୩ରେ ପହଁଚିଲାଣି ବିଜେପି

    Share on :
    Date: Jun 1, 2018    Views: 1371

    ନୂଆଦିଲ୍ଲୀ : ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୨୮୨ ଆସନ ପାଇଥିଲା  । କିନ୍ତୁ ଏବେ ଦଳର ଆସନ ସଂଖ୍ୟା ୨୭୩କୁ ହ୍ରାସ ପାଇଛି  । ଏହି ସମୟ ମଧ୍ୟରେ ଦଳ ଅନେକ ରାଜ୍ୟରେ ସରକାର ଗଢ଼ିବାରେ ସମର୍ଥ ହୋଇଥିଲେ ମଧ୍ୟ ଲୋକସଭା ଆସନ ହ୍ରାସ ପାଇବା ଏବେ ବିଜେପି ଓ ଏନଡ଼ିଏ ପାଇଁ ଚିନ୍ତାର କାରଣ ପାଲଟିଛି  । ଗତ ୪ ବର୍ଷ ମଧ୍ୟରେ ବିଜେପି ଓ ଏହାର ସହଯୋଗୀ ଦଳ ୨୭ଟି ଲୋକସଭା ଆସନରେ ଉପନିର୍ବାଚନ ଲଢ଼ିଥିବାବେଳେ ମାତ୍ର ୫ଟିରେ ବିଜୟୀ ହୋଇଛି  । ଅପରପକ୍ଷରେ କଂଗ୍ରେସର ସଦସ୍ୟ ସଂଖ୍ୟା ୪୪ରୁ ୪୮କୁ ବୃଦ୍ଧି ପାଇଛି  । ଆଗାମୀ ଦିନରେ ପୁଣି ଦୁଇଟି ଲୋକସଭା ଆସନରେ ଉପନିର୍ବାଚନ ହେବ  । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଓ ଶ୍ରୀରାମୁଲୁ ଲୋକସଭାରୁ ଇସ୍ତଫା ଦେଇ ସାରିଛନ୍ତି  । ତେଣୁ ସେମାନଙ୍କ ଦୁଇଟି ଆସନରେ ମଧ୍ୟ ନିର୍ବାଚନ ହେବ  । କର୍ଣ୍ଣାଟକରେ ଏବେ ଜେଡ଼ିଏସ ଓ କଂଗ୍ରେସ ମେଂଟ ସରକାର ରହିଛି  । ଫଳରେ କର୍ଣ୍ଣାଟକ ଲୋକସଭା ଉପନିର୍ବାଚନରେ ଦୁଇ ଦଳ ମିଳିତ ଭାବେ ବିଜେପି ବିରୋଧରେ ଲଢ଼ିବେ  । ଫଳରେ ବିଜେପିର ପରାଜୟ ସମ୍ଭାବନାକୁ ଏଡ଼ାଇ ଦିଆନଯାଇପାରେ  ।  ଯଦି ଏମିତି ସ୍ଥିତି ସୃଷ୍ଟି ହୁଏ ତେବେ ବିଜେପି ସହଯୋଗୀ ଦଳ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେବ  । ଏମିତିକି ପରିବର୍ତିତ ରାଜନୀତିକ ସ୍ଥିତିରେ ସେମାନେ ବିଜେପିର ହାତ ଛାଡ଼ି ଦେଲେ ଆଶ୍ଚର୍ଯ୍ୟ ହେବାର ନାହିଁ  । ଇତିମଧ୍ୟରେ ଟିଡ଼ିପି ବିଜେପିର ହାତ ଛାଡ଼ି ସାରିଥିବାବେଳେ ନୀତିଶ ମଧ୍ୟ ବିଜେପି ବିରୋଧରେ ମତ ଦେବା ଆରମ୍ଭ କଲେଣି  । ଯାହା ଏବେ ମୋଦି ଓ ଶାହାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook