Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଟାଟା ଷ୍ଟିଲ୍ ଖଣିକୁ ଆପେକ୍ସ ଇଣ୍ଡିଆ ପରିବେଶ ପୁରସ୍କାର ୨୦୧୮

    Share on :
    Date: Jun 1, 2018    Views: 171

    ଭୁବନେଶ୍ୱର : ଟାଟା ଷ୍ଟିଲ୍ର ଓଏମ୍କୁ୍ୟ (ଓର୍, ମାଇନ୍ସ ଆଣ୍ଡ କ୍ୱାରି) ଶାଖା (ଡିଭିଜନ୍) ଓ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ପରିବେଶ ପରିଚାଳନାରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ “ଆପେକ୍ସ ଇଣ୍ଡିଆ ଏନର୍ଭାରମେଣ୍ଟ୍ ଏକ୍ସିଲେନ୍ସ ଆୱାର୍ଡ-୨୦୧୮’ (ଆପେକ୍ସ ଇଣ୍ଡିଆ ପରବେଶ ଉକ୍ରର୍ଷ ପୁରସ୍କାର-୨୦୧୮) ପ୍ରଦାନ କରାଯାଇଛି । ଆପେକ୍ସ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜନ କରାଯାଇଥିବା ଏକ ସମାରୋହରେ ଓଏମ୍କୁ୍ୟ ଡିଭିଜନ୍ ଓ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ପରିବେଶ ଉକ୍ରର୍ଷ ପାଇଁ ଯଥାକ୍ରମେ ପ୍ଲାଟିନମ୍ ଓ ସିଲ୍ଭର ବର୍ଗରେ ପୁରସ୍କୃତ କରାଯାଇଛି । 

    ଓଏମ୍କୁ୍ୟ ଡିଭିଜନ୍ ତରଫରୁ ପ୍ରିୟଙ୍କା ଉପାଧ୍ୟାୟ, ପ୍ରବନ୍ଧକ, ପରିବେଶ, ଯୋଡ଼ା ଇଷ୍ଟ୍ ଆଇରନ୍ ମାଇନ୍ ଓ ସୁ୍କିନ୍ଦା କ୍ରୋମାଇଟ୍ ଖଣି ତରଫରୁ ପ୍ରଭାସ ଗୋକର୍ଣ୍ଣ, ମୁଖ୍ୟ, ଇଂଜିନିୟରିଂ ପ୍ରକଳ୍ପ ଓ ଟାଉନ୍, ଫେରୋ ଆଲଏଜ୍ ଓ ମାଙ୍ଗାନିଜ୍ ଡିଭିଜନ୍ ଓ ନିଖିଲ ଅଗ୍ରୱାଲ୍, ପ୍ରବନ୍ଧକ, ପରିବେଶ, ସୁକିନ୍ଦା କ୍ରୋମାଇଟ୍ ଖଣି ମାନ୍ୟବର ସାଂସଦ ମନୋଜ ତିୱାରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ।
    ମିଳିଥିବା ପୁରସ୍କାର ବିଷୟରେ ଆନନ୍ଦ ପ୍ରକଟ କରି ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପ ସଭାପତି, କଞ୍ଚାମାଲ, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଟାଟା ଷ୍ଟିଲ୍ରେ ଆମେ ପରିବେଶ ସୁରକ୍ଷା ପ୍ରତି ପ୍ରତିଶ୍ରୁତିବଦ୍ଧ ଓ ପରିବେଶ ପ୍ରଦର୍ଶନରେ ନିୟମିତ ଉନ୍ନତି ପାଇଁ ନିରନ୍ତର ପ୍ରୟାସ କରୁଛୁ । ପ୍ରଦୂଷଣକୁ ଅଟକାଇବା ଓ ରୋକିବା, ବର୍ଯ୍ୟବସ୍ତୁକୁ ଏଡାଇବା, ପ୍ରାକୃତିକ ସମ୍ବଳ ଓ ଶକ୍ତିକୁ ଉପଯୁକ୍ତ ଢ଼ଂଗରେ ବ୍ୟବହାର କରିବା ଓ ନିରନ୍ତର ପରିବେଶ ପାଇଁ ରିସାଇକ୍ଲିଂ ପଦ୍ଧତି ଗ୍ରହଣ କରିବା ପାଇଁ ଆମେ ଶ୍ରେଷ୍ଠ ଓ ଅଭିନବ ପଦ୍ଧତି ଗ୍ରହଣ କରିଛୁ ।’’

    ଆପେକ୍ସ ଆୱାର୍ଡର ପରିବେଶ ଉକ୍ରର୍ଷ ବର୍ଗରେ ମୋଟ ୭୦ଟି ସଂସ୍ଥା ପ୍ରତିଦ୍ୱନ୍ଦିତା କରିଥିଲେ ଓ ଉପଯୁକ୍ତ ଯାଞ୍ଚ ଓ ଉଚ୍ଚ ସ୍ତରୀୟ ବିଚାରକଙ୍କ ଦ୍ୱାରା ଟାଟା ଷ୍ଟିଲ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । 

     

    Maximum 500 characters

    ଅର୍ଥନୀତି View all

    Find Us on Facebook