Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେଡ଼ି ସହ ୯ ବର୍ଷ ସରକାରରେ ରହିବାର ଦଣ୍ଡ ଭୋଗୁଛି ବିଜେପି : ସୁରେଶ ପୂଜାରୀ

    Share on :
    Date: Jun 1, 2018    Views: 4117

    ଭୁବନେଶ୍ୱର : ବିଜୁ ଜନତା ଦଳ ସହ ୯ ବର୍ଷ ସରକାରରେ ରହିବାର ଦଣ୍ଡ ବିଜେପି ଭୋଗୁଛି  । ବିଜେଡ଼ିର ଖାଲି ମିତ୍ର ହେବାକୁ ନୁହେଁ, ବରଂ ଶତ୍ରୁ ହେବାର ଯୋଗ୍ୟତା ନାହିଁ  । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏକଥା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ  ।

    ସେ କହିଲେଯେ, ବିଜେପୁରରେ ଦଳ କ’ଣ ପାଇଁ ପରାଜୟ ବରଣ କଲା ତାହାର କାରଣ ଖୋଜିବାକୁ ପଡ଼ିବ  । ଯଦି ବିଜେପି ତାହାର କାରଣ ଖୋଜିବା ସହ ତଦନୁଯାୟୀ ରଣନୀତି କରେ ତେବେ ବିଜେପିକୁ କେହି ହରାଇପାରିବେ ନାହିଁ ବୋଲି ସୁରେଶ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି  ।

    ମହାନଦୀ ପ୍ରସଙ୍ଗରେ ସେ କହିଲେଯେ, ସେ ସବୁବେଳେ ମାଟି ସହ ଅଛନ୍ତି  । ଓଡ଼ିଶାର ଚଷମାରେ ଦେଖିଲେ ଛତିଶଗଡ଼ ଭୁଲ କରିଛି  । ଛତିଶଗଡ଼ ସହ ଲଢେ଼ଇ ପାଇଁ ସେ ସବୁବେଳେ ଆଗରେ ରହିବେ ବୋଲି ଶ୍ରୀ ପୂଜାରୀ କହିଛନ୍ତି  । ଜୟନାରାୟଣ ମିଶ୍ରଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ କହିଲେଯେ, ସେ କେବେବି ଜୟ ନାରାୟଣଙ୍କ ବିରୋଧରେ କିଛି କହିନାହାନ୍ତି  । ଦଳରେ ମତ ପାର୍ଥକ୍ୟ ରହିବା ଏକ ସ୍ୱାଭାବିକ କଥା  । କିନ୍ତୁ ଗଣମାଧ୍ୟମ ତାହାକୁ ବଢେ଼ଇ ଚଢେ଼ଇ ଲେଖିଥାଏ ବୋଲି ସେ କହିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook