Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମିଶନ ୨୦୧୯ : ମୋଦିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲା ବିରୋଧୀ ମେଂଟ

    Share on :
    Date: May 31, 2018    Views: 1545

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଫିଟନେସ ଚ୍ୟାଲେଞ୍ଜ ଦେଉଥିବାବେଳେ ୨୦୧୯ ପାଇଁ ବିଜେପି ଓ ମୋଦିଙ୍କ ଫିଟନେସକୁ ଚ୍ୟାଲେଞ୍ଜ କରିଛି ବିରୋଧୀ ମେଂଟ  । ସାଧାରଣ ନିର୍ବାଚନମାନଙ୍କରେ ଆଶାତୀତ ସଫଳତା ପାଉଥିବାବେଳେ ଉପନିର୍ବାଚନମାନଙ୍କରେ ବିରୋଧୀ ମେଂଟର ବାଜିମାତ୍ ଏବେ ବିଜେପି ଶିବିରରେ ଚିନ୍ତାର କାରଣ ପାଲଟିଛି  । ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ବିଜେପିକୁ ମିଳିତ ବିରୋଧୀ ପରାସ୍ତ କରିଥିବାବେଳେ ଆଜି ମଧ୍ୟ ଝଟକା ଲାଗିଛି  । ଉତ୍ତରପ୍ରଦେଶରେ ବିଜେପି ହାତରୁ ବିରୋଧୀ ମେଂଟ ଦୁଇଟି ଆସନ ଛଡ଼ାଇ ନେଇଥିବାବେଳେ ମହାରାଷ୍ଟ୍ରରେ ମଧ୍ୟ ବିରୋଧୀ ଗୋଟିଏ ଆସନ ଛଡ଼ାଇ ନେଇଛି  । ସେହିପରି ବିହାରରେ ମଧ୍ୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି  । ଗାଏମୋଟ ଦେଖିଲେ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି  ।

    ମହାରାଷ୍ଟ୍ରର ପାଲଘର ଲୋକସଭା ଆସନରେ ବିଜେପିର ଗାଭିତ ରାଜେନ୍ଦ୍ର ଧେଦ୍ୟା ବିଜୟ ଲାଭ କରିଛନ୍ତି  । ଶିବସେନା ବିଜେପିକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ପରାସ୍ତ ହୋଇଛି  । ଅପରପକ୍ଷରେ ବିଜେପି ହାତରେ ଥିବା ଭଣ୍ଡାରା ଗୋଣ୍ଡିଆ ଲୋକସଭା ଆସନକୁ କିନ୍ତୁ ଏନସିପି ଓ କଂଗ୍ରେସ ମେଂଟ ଛଡ଼ାଇ ନେଇଛି  । ସେଠାରୁ ଏନସିପିର କୁକାଡେ଼ ମଧୁକ୍ରୋ ଯଶବନ୍ତରାଓ ବିଜୟ ଲାଭ କରିଛନ୍ତି  । ଉତ୍ତରପ୍ରଦେଶରେ କିନ୍ତୁ ପୂର୍ବଭଳି ବିରୋଧୀ ମେଂଟ ବିଜେପିକୁ ପରାସ୍ତ କରିଛନ୍ତି  । ଉତ୍ତରପ୍ରଦେଶର ନୁରପୂର ବିଧାନସଭା ଆସନରୁ ସମାଜବାଦ ପାର୍ଟି ପ୍ରାର୍ଥୀ ନାଇମ ଉଲ ହାସନ ବିଜୟୀ ହୋଇଛନ୍ତି  । ପୂର୍ବରୁ ଏହି ଆସନଟି ବିଜେପି ହାତରେ ରହିଥିଲା  । ସମ୍ମାନଜନକ କୈରାନା ଲୋକସଭା ଆସନରେ ବିରୋଧୀ ମେଂଟର ଆରଏଲଡ଼ି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ଫୁଲପୁର ଓ ଗୋରଖପୁର ପରେ ତୃତୀୟ ଲୋକସଭା ଆସନ ହରାଇଛି ବିଜେପି  । କେରଳର ଚେନାଗନ୍ନୁର ଆସନକୁ ପୁନର୍ବାର ସିପିଏମ କବଜା କରିଥିବାବେଳେ ବିହାରର ଜୋକିହାଟ ଆସନକୁ ଜେଡ଼ିୟୂ ହାତରୁ ଛଡ଼ାଇ ନେଇଛି ଆରଜେଡ଼ି  । ମେଘାଳୟର ଆମ୍ପତି ବିଧାନସଭା ଆସନରେ କଂଗ୍ରେସର ମିଆନି ଡି ଶିରା ବିଜୟୀ ହୋଇଥିବାବେଳେ ଝାରଖଣ୍ଡର ଗୋମିଆ ଆସନରୁ ଜେଏମଏମର ବବିଦା ଦେବୀ ଓ ସିଲି ଆସନରୁ ଜେଏମଏମର ସୀମା ଦେବୀ ବିଜୟୀ ହୋଇଛନ୍ତି  । କର୍ଣ୍ଣାଟକର ରାଜରାଜେଶ୍ୱରୀ ନଗର ଆସନରେ କଂଗ୍ରେସ ପ୍ରାର୍ଥୀ ମୁନିରାଥନା ବିଜୟୀ ହୋଇଥିବାବେଳେ ପଶ୍ଚିମବଙ୍ଗର ମାହେସ୍ଥଳା ଆସନରେ ଟିଏମସିର ଦୁଲାଲ ଚନ୍ଦ୍ର ଦାସ ବିଜୟୀ ହୋଇଛନ୍ତି  । ଉତ୍ତରାଖଣ୍ଡର ଥାରାଲି ଆସନରୁ ବିଜେପି ପ୍ରାର୍ଥୀ ମୁନ୍ନୀ ଦେବୀ ଶାହ ବିଜୟୀ ହୋଇଥିବାବେଳେ ପଂଜାବରେ କଂଗ୍ରେସ ପ୍ରାର୍ଥୀ ହରଦେବ ସିଂହ ଲାଡ଼ି ବିଜୟୀ ହୋଇଛନ୍ତି  । ମହାରାଷ୍ଟ୍ରର ପାଲୁସ-କାଡେ଼ଗାଓଁ ବିଧାନସଭା ଆସନରୁ ବିଶ୍ୱଜିତ ପଟନଗ୍ରାଓ କାଡ଼ାମ ବିଜୟୀ ହୋଇଛନ୍ତି  ।

    Read more

    ବିଜେପି ୩୦୦ରୁ ଅଧିକ ଆସନ ପାଇବ : ମୋଦି

    କୋଲକାତା : ସପ୍ତାହକ ପରେ ପ୍ରକାଶ ପାଇବ ସାଧାରଣ ନିର୍ବାଚନ ଫଳାଫଳ  । ସମ୍ପ୍ରତି ବିଭିନ୍ନ ମହଲରେ ହେଉଥିବା ଅବଗଣନା ଅନୁଯାୟୀ କୌଣସି ଦଳକୁ ସରକାର ଗଢ଼ିବା ପାଇଁ ବହୁମତ ମିଳିବ ନାହିଁ  । ଫଳରେ ମେଂଟ ପାଇଁ ଏବେ ଅଙ୍କ କଷା ଚାଲିଛି  । ଉଭୟ ଉପା ଓ ଏନଡ଼ିଏ ଉଦ୍ୟମ ଜାରି ...

    Read more

    ଆସୁଛନ୍ତି ମୋଦି, ବିଜେପି ଉତ୍ସାହିତ

    ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ମୋଦିଙ୍କ ଗସ୍ତ ନେଇ ବିଜେପି ବେଶ ଉତ୍ସାହିତ ହୋଇପଡ଼ିଛି  । ଦଳ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ଏହି ଅବକାଶରେ ମୋଦି ୧୫ ହଜାର କୋଟି ଟଙ୍କା ପ୍ରକଳ୍ପର ...

    Read more

    ଦେଶକୁ ବରବାଦ କରିଦେବେ ମୋଦି : ବିଜେପି ସାଂସଦ

    ବେଙ୍ଗାଳୁରୁ : କର୍ଣ୍ଣାଟକ ନିର୍ବାଚନ ବେଳେ ବିଜେପି ନେତାମାନେ ଥରକୁ ଥର ଝୁଣ୍ଟୁଥିବା ଦେଖିବାକୁ ମିଳିଛି। ଯାହାକି କଂଗ୍ରେସକୁ ଚର୍ଚ୍ଚାର ଖୋରାକ ଯୋଗାଇଥିବାବେଳେ ବିଜେପିକୁ ଲଜିତ କରିଛି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସିଦ୍ଧାରମେୟା ସରକାର ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook