Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଦି-ଯୋଗୀଙ୍କୁ ଧକ୍କା, ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ପରାସ୍ତ

    Share on :
    Date: May 31, 2018    Views: 4197

    ଲକ୍ଷ୍ନୌ : ୨୦୧୯ ନିର୍ବାଚନ ପାଇଁ କୈରାନା ଲୋକସଭା ଆସନକୁ ଲିଟିମସ୍ ଟେଷ୍ଟ ବୋଲି କୁହାଯାଉଥିବାବେଳେ ସେଠାରେ ବିଜେପିକୁ ଜୋରଦାର ଧକ୍କା ଲାଗିଛି  । ପ୍ରଥମେ ଗୋରଖପୁର ଓ ଫୁଲପୁର ଦଳ ହାତରୁ ଖସି ଯାଇଥିବାବେଳେ ଏବେ କୈରାନା ଓ ନୁରପୁର ମଧ୍ୟ ବିଜେପିର ହାତଛଡ଼ା ହୋଇଯାଇଛି  । ମିଳିତ ବିରୋଧୀ ମେଣ୍ଟ ବିଜେପିକୁ ହରାଇବାରେ ସମର୍ଥ ହୋଇଛି  । ଖାଲି ଉତ୍ତରପ୍ରଦେଶ ନୁହେଁ ଅନେକ ରାଜ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳୁଥିବାବେଳେ ଏହା ମୋଦି ସରକାର ଓ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି କୁହାଯାଉଛି  ।

    କୈରାନା ଲୋକସଭା ଆସନରୁ ରାଷ୍ଟ୍ରୀୟ ଲୋକ ଦଳର ପ୍ରାର୍ଥୀ ତବସୁମ ହସନ ବିଜେପିର ମୃଗଙ୍କା ସିଂହଙ୍କୁ ପରାସ୍ତ କରିଛନ୍ତି  । କୈରାନା ଆସନଟି ବିଜେପି ହାତରେ ହିଁ ରହିଥିଲା  । ହୁକୁମ ସିଂହଙ୍କ ମୃତୁ୍ୟ ହେବାରୁ ଉପନିର୍ବାଚନ ହୋଇଥିବାବେଳେ ତାଙ୍କ ଝିଅଙ୍କୁ ବିଜେପି ପ୍ରାର୍ଥୀ କରିଥିଲା  । ସେହିପରି ବିଜେପି ହାତରେ ଥିବା ନୁରପୁର ଆସନକୁ ମଧ୍ୟ ସମାଜବାଦ ପାର୍ଟି ଛଡ଼ାଇ ନେଇଛି  । ସଡ଼କ ଦୁର୍ଘଟଣାରେ ନୁରୁପୁରର ବିଜେପି ବିଧାୟକ ପ୍ରାଣ ହରାଇବା ପରେ ଉପନିର୍ବାଚନ ହୋଇଥିଲା  । ବିଜେପି ପ୍ରାର୍ଥୀ ଅଭନୀ ସିଂହ ୬୬୮୮ ଭୋଟରେ ପରାସ୍ତ ହୋଇଛନ୍ତି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook