Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ହରିଶ୍ଚନ୍ଦ୍ର ଯୋଜନାର ଖର୍ଚ୍ଚ ଭରଣା ପୋର୍ଟାଲ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

    Share on :
    Date: May 30, 2018    Views: 199

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ସହାୟତା ପାଇବାରୁ ଯେପରି ଜଣେ ବି ଯୋଗ୍ୟ ଲୋକ ବଂଚିତ ନହୁଏ, ସେଥିପ୍ରତି ଉଚିତ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି  । ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ହରିଶ୍ଚନ୍ଦ୍ର ସହାୟତା ଯୋଜନାର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି  । ସେହିପରି ଏଦିଗରେ ଭଲ କାମ କରିଥିବା ଜିଲ୍ଲାପାଳମାନଙ୍କୁ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  ।

    ସମୀକ୍ଷାରୁ ଜଣାଯାଇଛିଯେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତିବର୍ଷ ୧୦ କୋଟି ଟଙ୍କାର ସହାୟତା ନିଃସହାୟ ଲୋକଙ୍କ ସହାୟତା ପାଇଁ ଦିଆଯାଉଥିବାବେଳେ ଜିଲ୍ଲାପାଳମାନଙ୍କ ଜରିଆରେ ମଧ୍ୟ ଏଥିପାଇଁ ୪ କୋଟି ଟଙ୍କା ଯୋଗାଇ ଦିଆଯାଉଛି  । ସେହିପରି ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ଗତବର୍ଷ ୮୦ ହଜାର ଲୋକଙ୍କୁ ୧୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିବାବେଳେ ୨୦୧୭-୧୮ ବର୍ଷରେ ୮୮ ହଜାର ଲୋକଙ୍କୁ ୧୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଛି  ।

    ମହାପ୍ରୟାଣ ଗାଡ଼ି ସେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୯ଟି ଗାଡ଼ି ୨୯ ଜିଲ୍ଲାକୁ ଯୋଗାଇ ଦିଆଯାଇଥିବାବେଳେ ୩ଟି ମେଡ଼ିକାଲ କଲେଜକୁ ୬ଟି ଗାଡ଼ି ଯୋଗାଇ ଦିଆଯାଇଛି  । ମହାପ୍ରୟାଣ ଗାଡ଼ି ସେବା, ହରିଶ୍ଚନ୍ଦ୍ର ସହାୟତା ଏବଂ ଅସହାୟ ଲୋକଙ୍କ ଚିକିତ୍ସା ସହାୟତା ସହିତ ଆହାର କେନ୍ଦ୍ର ପରିଚାଳନା ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି  ।

    ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ସହାୟତାକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିର ସହାୟତା ଭଳି ସିଏସଆର କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବା ନିମନ୍ତେ ସ୍ଥିର କରାଯାଇଛି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହରିଶ୍ଚନ୍ଦ୍ର ସହାୟତାର ନୂତନ ଖର୍ଚ୍ଚ ଭରଣା ପୋର୍ଟାଲ ଉନ୍ମୋଚନ କରିଥିଲେ  । ଏହାଦ୍ୱାରା ୧୬ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଅନଲାଇନ ଜରିଆରେ ସହାୟତା ବଂଟନ କରାଯିବ  ।

    ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  ।

    Read more

    କେଉଁ ନେତାଙ୍କୁ କି ଦାୟିତ୍ୱ ଦେଲେ ନବୀନ ?

    ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ବିଧାୟକ କିଶୋର ତରାଇ, ଜିଲ୍ଲା ବିଜେଡି ମହାସଚିବ ଭାବେ ନିଶିକାନ୍ତ ପ୍ରଧାନ ଓ ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଅଜିତ ନାୟକଙ୍କୁ ନିଯୁକ୍ତ କରିଛନ୍ତି ...

    Read more

    ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ

    ଭୁବନେଶ୍ୱର : ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ  । ତାରାତାରିଣୀଙ୍କ ଦର୍ଶନ କରିସାରିବା ପରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ  । ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ...

    Read more

    ନବୀନଙ୍କ ଦ୍ୱାରା ‘ଘରେ ଘରେ ଶଙ୍ଖ’ର ଶୁଭାରମ୍ଭ

    ଭୁବନେଶ୍ୱର : ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ‘ଘରେଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି  । ଏହି କାର୍ଯ୍ୟକ୍ରମ ଜରିଆରେ ବିଜୁ ମହିଳା ଜନତା ଦଳର କର୍ମୀ ଓ ଦଳର କାର୍ଯ୍ୟକର୍ତା ୮୬ ଲକ୍ଷ ପରିବାରଙ୍କ ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook