ମୁଖ୍ୟ ଖବର
ମୁମ୍ବାଇ: ପାକିସ୍ତାନରେ ନକଲି ୨୦୦୦ ଟଙ୍କିଆ ନୋଟରେ ନକଲ ଜୋରଦାର ଚାଲିଛି । ମୁମ୍ବାଇ ପୁଲିସ ରବିବାର ଦୁବାଇରୁ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କ ପାଖରୁ ୨୪ ଲକ୍ଷ ଟଙ୍କା ମୂଲ୍ୟର ନକଲି ୨୦୦୦ ଟଙ୍କିଆ ନୋଟ୍ ଜବତ କରିଛି । ଏଥିରେ ୯ଟି ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟରୁ ୭ଟି ରହିଥିବା ଜଣାଯାଇଛି । ବ୍ୟକ୍ତିଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ କହିବାନୁସାରେ, ଏହି ନୋଟ୍ ଗୁଡ଼ିକ ପାକିସ୍ତାନରେ ଛପା ଯାଇ ଦୁବାଇ ପଠାଯାଇଥିଲା । ଦୁବାଇ ଦେଇ ଭାରତରେ ପହଞ୍ଚିବାର ଲକ୍ଷ୍ୟ ଥିଲା । ଗିରଫ ହୋଇଥିବା ବ୍ୟକ୍ତିଜଣଙ୍କ ନାଁ ହେଉଛି ଜାଭେଦ ଶେଖ । ସେ ମହାରାଷ୍ଟ୍ରର କଲୱା ବାସିନ୍ଦା । ପୂର୍ବରୁ ନକଲି ନୋଟ୍ ଚାଲାଣ କାରବାରରେ ସେ ଦୁବାଇ ଏବଂ ବ୍ୟାଙ୍କକ ଯାଇଛନ୍ତି ।
Comments ସମସ୍ତ ମତାମତ