Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୦ ଦିନରେ ୨ କୋଟି ଗଣିଲେଣି ଅମାନିଆ

    Share on :
    ajab-Image
    Date: Apr 7, 2021    Views: 3462

    ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହା ଏପେ ଚିନ୍ତାର କାରଣ ସାଜିଛି । କୋଭିଡ କଟକଣା ଉଲ୍ଲଂଘନକାରୀଙ୍କ ଉପରେ ଆସନ୍ତା ୧୦ ଦିନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପୁଲିସ ଡିଜିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପୁଲିସ ମୁଖ୍ୟାଳୟରେ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ୩୦ ଜିଲ୍ଲା ସମେତ ରାଉରକେଲା, ବ୍ରହ୍ମପୁର, ଏସପି, କଟକ ଓ ଭୁବନେଶ୍ୱର ଡିସିପି, ରେଞ୍ଜ ଡିଆଇଜି ଏବଂ ଆଇଜି ଓ ପୁଲିସ କମିସନରଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ପୁଲିସ ଡିଜି ଅଭୟ । କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବାକୁ ଡିଜିପି ନିଦେ୍ର୍ଧଶ ଦେଇଛନ୍ତି । ରାତିରୁ ଜୋରଦାର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ରାଜ୍ୟରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଭାରୀ ପଡ଼ିଛି ପୁଲିସ କାର୍ଯ୍ୟାନୁଷ୍ଠାନ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook