ମୁଖ୍ୟ ଖବର
ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ସୋମବାରଠୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ୟ୍ୟାୟ ମେଧା ତାଲିକାରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ଆଜିଠୁ ୨୬ ତାରିଖ ମଧ୍ୟରେ ୨୦୨୮ କନିଷ୍ଠ ମହାବିଦ୍ୟାଳୟରେ ନାମ ଲେଖାଇବେ
ବିଦ୍ୟାର୍ଥୀ ସାମ୍ସ ୱେବ୍ସାଇଟ୍ ଲଗ୍ ଇନ୍ କରି ମେଧା ତାଲିକା ଦେଖିବା ସହ ଇଣ୍ଟିମେସନ୍ ଲେଟ୍ର ଡାଉନଲୋଡ୍ କରିପାରିବେ। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପାଠ୍ୟକ୍ରମ ସହ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମର ବିଦ୍ୟାର୍ଥୀ ନାମ ଲେଖାଇବେ। ପ୍ରଥମ ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କ ଯେଉଁ ଶିକ୍ଷାନୁଷ୍ଠାନରୁ ଇଣ୍ଟିମେସନ୍ ଆସିଥିବ ସେଠାରେ ନାମ ଲେଖାଇବାକୁ ପଡ଼ିବ। ପ୍ରଥମ ପର୍ୟ୍ୟାୟରେ ନାମ ନ ଲେଖାଇଲେ ନାମ ଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ। ଉପର ପସନ୍ଦର କଲେଜରେ ନାମ ଲେଖାଇବା ପାଇଁ ସ୍ଲାଇଡ୍ ଅପ୍ ପାଇଁ ଆବେଦନ କରିବାକୁ ପଡ଼ିବ। ସେଥିପାଇଁ ବିଦ୍ୟାର୍ଥୀ ନାମ ଲେଖାଇବା ପରେ ଅନ୍ଲାଇନ୍ରେ ସାମ୍ସ ୱେବ୍ସାଇଟ୍ ଲଗ୍ ଇନ୍ କରି ସ୍ଲାଇଡ୍ ଅପ୍ ପାଇଁ ଆବେଦନ କରିବେ। ଅନ୍ୟପକ୍ଷରେ ନାମଲେଖା ପାଇଁ ବିଦ୍ୟାର୍ଥୀଙ୍କ ସହ ଜଣେ ଅଭିଭାବକ ଯାଇପାରିବେ।
Comments ସମସ୍ତ ମତାମତ