Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ଚାମ୍ପିଅନ୍

    Share on :
    Date: May 28, 2018    Views: 45

    ମୁମ୍ବାଇ: ଆଇପିଏଲ୍ ୧୧ରେ ପୁଣି ବାଜିମାରିନେଇଛି ଚେନ୍ନାଇ ସୁପରକିଙ୍ଗସ ।  ସର୍ବାଧିକ ତୃତୀୟଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ସହ ସମକକ୍ଷ ହୋଇଛି । ଦୀର୍ଘ ସାତବର୍ଷ ପରେ ଚେନ୍ନାଇ ପୁଣିଥରେ ବିଜୟର ମୁକୁଟ ପିନ୍ଧିପାରିଛି । ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଧୋନି ଟସ୍ ଜିତି ସନରାଇଜର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ ରନ୍ କରିଥିବା ବେଳେ ଚେନ୍ନାଇ ସୁରକିଙ୍ଗସ୍ ମାତ୍ର ୨ ୱିକେଟ ହରାଇ ୧୭୯ରନର ଲକ୍ଷ୍ୟ ପୂରଣ କରିପାରିଥିଲା । ଚେନ୍ନାଇ ପକ୍ଷରୁ ଏନ୍ଗିଡି, ଶାର୍ଦ୍ଧୁଲ ଠାକୁର, କର୍ନ ଶର୍ମା, ବ୍ରାଭୋ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଡୁ୍ୟପ୍ଲେସିସ୍ ମାତ୍ର ୧୦ ରନ୍ କରି ସନ୍ଦୀପ ଶର୍ମାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । କିନ୍ତୁ ଦଳର ଅନ୍ୟତମ ଓପ୍ନର ଶେନ୍ ୱାଟସନ୍ ଗୋଟିଏ ପଟେ ଧୂଅାଁଧାର ବ୍ୟାଟିଂ କରିଥିଲେ । ୱାଟସନ୍ ମାତ୍ର ୩୩ ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ୱାଟସନ୍ ଓ ରାଇନା ଦ୍ୱିତୀୟ ୱିକେଟ୍ ପାଇଁ ୧୧୭ ରନ୍ର ଶତକୀୟ ଭାଗୀଦାରୀ କରି ଚେନ୍ନାଇର ବିଜୟ ପକ୍କା କରିଥିଲେ । ଦଳର ସ୍କୋର ୧୩୩ ଥିବା ବେଳେ ରାଇନାଙ୍କୁ ବ୍ରାଥୱେଟ୍ ଆଉଟ୍ କରିଥିଲେ । ରାଇନା ୨୪ ବଲ୍ରେ ୩ ଚୌକା ଓ ୧ ଛକା ସହ ୩୨ ରନ୍ କରିଥିଲେ । କିନ୍ତୁ ଏହା ପରେ ୱାଟସନ୍ ଓ ରାୟୁଡୁ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ । ୱାଟସନ୍ ୫୭ ବଲ୍ରେ ୧୧ ଚୌକା ଓ ୮ ଛକା ସହ ୧୧୭ ଓ ରାୟୁଡୁ ଅପରାଜିତ ୧୭ ରନ୍ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ଓ ବ୍ରାଥୱେଟ୍ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook