Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୨୬୭୫ କୋଟିର ପୁଞ୍ଜିନିବେଶ, ୮୯୫୩ କର୍ମନିଯୁକ୍ତି ସୃଷ୍ଟି

    Share on :
    Date: May 28, 2018    Views: 1119

    ଭୁବନେଶ୍ୱର : ଓଡ଼ିଶା ହେବ ପୂର୍ବ ଭାରତର ମାନୁଫାକଚରିଂ ପେଣ୍ଠସ୍ଥଳୀ  । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ସଚିବାଳୟରେ ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ମେକ ଇନ ଓଡ଼ିଶା କନକ୍ଲେଭ ୨୦୧୬ ପରେ ୨୦୧୭ ନଭେମ୍ବରରେ ୧୫ଟି ମାନୁଫାକଚରିଂ ୟୁନିଟର ପ୍ରଥମ ଗ୍ରାଉଣ୍ଡବ୍ରେକିଂ ଉତ୍ସବ ଅନୁଷ୍ଠିତ ହୋଇଥିଲା  । ଯେଉଁଥିରେ ୧୧୬୯୦ କୋଟି ମୂଲ୍ୟର ପୁଞ୍ଜନିବେଶ ବାସ୍ତବ ରୂପ ନେଇଥିଲା  । ସେହିପରି ୮୧୧୭ କର୍ମନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି  । ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବରେ ୭ ମାନୁଫାକଚରିଂ ୟୁନିଟର ଉଦଘାଟନ ସହ ୧୨ଟି ୟୁନିଟର ଭୂମିପୂଜନ ହୋଇଛି  । ଏହାଦ୍ୱାରା ୨୬୭୫ କୋଟି ଟଙ୍କାର ପୁଞ୍ଜିନିବେଶ ବାସ୍ତବ ରୂପ ନେଇଥିବାବେଳେ ୮୯୫୩ କର୍ମନିଯୁକ୍ତି ସୃଷ୍ଟି ହେବ  । 

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେଯେ, ଆମ୍ଭର ଶିଳ୍ପ ବିକାଶ ଯାତ୍ରାରେ ୨୦୧୬ର ମେକ ଇନ ଓଡ଼ିଶା କନକ୍ଲେଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଥିଲା  । ଏହା ଖଣି, ମେଟାଲ ଓ ଶକ୍ତି ଭଳି ପାରମ୍ପରିକ କ୍ଷେତ୍ର ବ୍ୟତୀତ ଅନ୍ୟ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆଗ୍ରହ ସୃଷ୍ଟିରେ ସହାୟକ ହେଶଇଥିଲା  । ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଉଦ୍ୟୋଗୀଙ୍କୁ ତୁରନ୍ତ ଜମି, ୟୁଟିଲିଟି ଓ ବିଭାଗୀୟ ମଞ୍ଜୁରୀ ଭଳି ଆବଶ୍ୟକୀୟ ସହଯୋଗ କରାଯାଇଛି  । ୨୦୧୭ ନଭେମ୍ବର ୧୬ରେ ଗ୍ରାଉଣ୍ଡବ୍ରେକିଂ ହୋଇଥିବା ୨ଟି ପ୍ରକଳ୍ପ ଆଜି ଉଦଘାଟିତ ହୋଇଥିବାବେଳେ ୬ ମାସ ମଧ୍ୟରେ ସେଗୁଡ଼ିକରୁ ଉପôାଦନ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି  । 

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ ଇନ ଓଡ଼ିଶା କନକ୍ଲେଭ ୨୦୧୮ର ଲୋଗୋ ଉନ୍ମୋଚିତ କରିଥିଲେ  । ଏହି ଦ୍ୱିତୀୟ ସଂସ୍କରଣ କନକ୍ଲେଭ ଭୁବନେଶ୍ୱର ଠାରେ ୨୦୧୮ ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ  । 
    ତୋଷାଳୀ ସିମେଂଟ, ସାଦିପାଲ୍ଲୀ ସୋଲାର, ଅପାର ଇଣ୍ଡଷ୍ଟି୍ରଜ, ଫାଲକନ ମେରାଇନ, ହିମାଦ୍ରୀ କେମିକାଲସ ଆଣ୍ଡ ଇଣ୍ଡଷ୍ଟି୍ରଜ, ଇଣ୍ଡୋ ନିସିନ୍ ଫୁଡ଼ସ, ଇୱାନ ବିଜନେସର ପ୍ରକଳ୍ପ ଉଦଘାଟିତ ହୋଇଥିବାବେଳେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜୀ, ଇମାମୀ ପେପର, ମନପସନ୍ଦ ବେଭେରେଜସ, ଗ୍ରାସିମ ଇଣ୍ଡଷ୍ଟି୍ରଜ,  ପ୍ରାକୃତିକ କୋଲୱାସେରୀ, ସରାଫ ଏଜେନ୍ସୀ, ମିଲ୍କ ମନ୍ତ୍ର ଡାଏରୀ, ଶାହୀ ଏକ୍ସପୋର୍ଟସ, କର୍ଲ-ଅନ୍, ନବରଙ୍ଗପୁର ଷ୍ଟାର୍ଚ ଆଣ୍ଡ କେମିକାଲସ, ପ୍ରଗତି ମିଲ୍କ, ପ୍ରାଇମ ଫୁଡ଼ ଟେକ କମ୍ବାଇନ୍ସର ଗ୍ରାଉଣ୍ଡବ୍ରେକିଂ ହୋଇଛି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook