Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପରୀ ଏକ୍ସପ୍ରେସ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    Share on :
    Date: May 28, 2018    Views: 63

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନ ନିକଟସ୍ଥ ଟ୍ରାଫିକ୍ ମୁଖ୍ୟ କାର୍ଯ୍ୟାଳୟଠାରେ ‘ପରୀ ଏକ୍ସପ୍ରେସ’ ସଚେତନତା ଯାନର ଶୁଭାରମ୍ଭ କରି ଶିଶୁ ଯୌନ ନିର୍ଯ୍ୟାତନା ରୋକିବା ପାଇଁ ସାରା ରାଜ୍ୟରେ ୧୫ ଦିନ ବ୍ୟାପୀ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେଯେ, ଏଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ ସଚେତନତା ବହୁତ ଜରୁରୀ  । ଏକ ସଚେତନ ସମାଜ ହିଁ ଶିଶୁଙ୍କୁ ସୁରକ୍ଷିତ ରଖିପାରିବ  । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ପ୍ରଚାର ପୁସ୍ତିକା ଉନ୍ମୋଚନ ମଧ୍ୟ କରିଥିଲେ  ।

    ଏହି କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ବିଜୟ ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିଦେ୍ର୍ଧଶକ ଡକ୍ଟର ଆରପି ଶର୍ମା ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook