Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କାହିଁକି ମୋଦିଙ୍କ ପାଖରେ ବସିଲେନି ମୁକୁ ଭାଇ ?

    Share on :
    Date: May 27, 2018    Views: 9763

    ଭୁବନେଶ୍ୱର : ହାଲ୍କୁ ଗୋଟିଏ କଥା ଏବେ ବିଜେପି ଅଳିନ୍ଦରେ ଜୋରଦାର ଚର୍ଚ୍ଚା ଧରିଛି  । ନିର୍ବାଚନ ର୍ୟାଲି ହେଉକି ଉଦଘାଟନ ଅବା ଲୋକାର୍ପଣ ମୋଦି ଓଡ଼ିଶା ଆସିଲେ ମାନେ ତାଙ୍କ ପାଖେ ପାଖେ ଧର୍ମେନ୍ଦ୍ର ମାନେ ମୁକୁଭାଇ ଛାଇ ଭଳି ଥିବା ଥୟ  । ମୋଦିଙ୍କୁ ବିମାନବନ୍ଦରରୁ ପାଛୋଟିବା ହେଉକି ସଭା ମଂଚ ଉପରକୁ ନେବା ହେଉ ସବୁଠି ଆପଣ ମୁକୁ ଭାଇଙ୍କୁ ନିଶ୍ଚିତ ପାଇବେ  । ଖାଲି କ’ଣ ସେତିକି ମଂଚ ଉପରେ ବି ସେ ମୋଦିଙ୍କ ପାଖରେ ବସିବା ପାଇଁ ସିଟ୍ ଟିଏ ପାଇଥା’ନ୍ତି  । ଏବେ ସିନା ଭାଇ ଆମର କ୍ୟାବିନେଟ ମନ୍ତ୍ରୀ, ହେଲେ ସେ ସେତେବେଳେ ରାଷ୍ଟ୍ରମନ୍ତ୍ରୀ  । ତଥାପିବି ମୋଦିଜୀଙ୍କ ପାଖରେ ବସୁଥିଲେ  । ସେପଟେ କ୍ୟାବିନେଟ ମନ୍ତ୍ରୀ ଜୁଏଲ ଓରାମ ପୂରା ସାଇଡ଼୍  । ହେଲେ କଟକ କିଲ୍ଲା ପଡ଼ିଆରେ ଆମେ ଗୋଟା ନୂଆ କଥା ଦେଖିବାକୁ ପାଇଲୁ  । ମୋଦିଙ୍କ ବାମ ପଟେ ବସନ୍ତ ପଣ୍ଡା ଆଉ ଡାହାଣ ପଟେ ବସିଥିଲେ ଜୁଏଲ ଓରାମ୍  । ଜୁଏଲ କି ବସନ୍ତଙ୍କ ପାଖାପାଖି ସିଟ୍ରେ ବି ଆମ ମୁକୁ ଭାଇ ବସିନଥିଲେ  । ପ୍ରଧାନମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେବା ବେଳେ ସବୁବେଳେ ତାଙ୍କ ପଛ ପଟେ ମୁକୁ ଭାଇ ମୁରୁକି ହସା ମାରି ଠିଆ ହୋଇଥା’ନ୍ତି । ମାନେ ପ୍ରଧାନମନ୍ତ୍ରୀଙ୍କ ଫୁଲମାଳ ସାଇଡ଼ରେ ଭାଇଙ୍କ ଫଟୋ ଆସେ  । ହେଲେ ଏଥର ଭାଇ ପୂରା ସାଇଡ଼୍  । ଫୁଲମାଳ ଫଟୋରେ ଭାଇ ଦୂରରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା  । ହେଲେ ଏମିତି କାଇଁକି ହେଲା ଆମ ମଗଜରେ ଢୁକୁନି  । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଚାରି ବର୍ଷର ସଫଳତା ହିସାବରେ ବୋଧେ ନାହିଁ  । ସେଇଥିପାଇଁ ଭାଇ ସାଇଡ଼୍ ହୋଇଗଲେ କି  । ନା ନୂଆ ସଂଗଠନ ସମ୍ପାଦକ ମୁକୁଭାଇଙ୍କ ସିଟକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଦିହାତ ଦୂରେଇ ଦେଲେ ବୋଲି ଭାଇ ଅଭିମାନରେ ବସିଲେନି  । ହଁ... ଆଜି ନହେଲେ ପରା କାଲି ସତ କଥାତ ପଦାକୁ ଆସିଯିବ  । ବୋଲେ ଶିୟାବର ରାମଚନ୍ଦ୍ର କୀ ଜୟ.... 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook