Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଛତିଶଗଡ଼ର କାମକୁ ବିରୋଧ କରିପାରିବ କି ବିଜେପି : ନବୀନ

    Share on :
    Date: May 25, 2018    Views: 1791

    ଭୁବନେଶ୍ୱର : ମହାନଦୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାର ଚୁପ୍ ହୋଇ ରହିବା ଅତ୍ୟନ୍ତ ଦୁଃଖର ବିଷୟ  । ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼କୁ ସମର୍ଥନ କରୁଛନ୍ତି  । ଓଡ଼ିଶା ଆସି ବିଜେପି ନେତାମାନେ କୁମ୍ଭୀରକାନ୍ଦଣା କରୁଛନ୍ତି  । ବିଜେପିର ଦୋମୁହାଁ ନୀତି ସମ୍ପର୍କରେ ଲୋକମାନେ ଜାଣି ସାରିଛନ୍ତି  । ଯଦି ବିଜେପି ନେତାମାନଙ୍କର ଓଡ଼ିଶା ପ୍ରତି ଦରଦ ଅଛି ତେବେ ଛତିଶଗଡ଼ର କାମକୁ ସେମାନେ ବିରୋଧ କରିପାରିବେ କି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି  ।

    ମହାନଦୀ ସୁରକ୍ଷା ଅଭିଯାନର ଉଦଯାପନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଲେଯେ, ଝାରସୁଗୁଡ଼ାର ସୁଖାସୋଡ଼ା ଓ ବରଗଡ଼ର ଚିକିଲିରୁ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇ ପାରାଦୀପରେ ଶେଷ ହୋଇଛି  । ଏଭଳି ଖରାରେ ୫୦୦ କିଲୋମିଟର ଯାତ୍ରା କରି ଓଡ଼ିଶାବାସୀ ଯେଭଳି ଭାବେ ସମର୍ଥନ କରିଛନ୍ତି ସେଥିପାଇଁ ନବୀନ ଧନ୍ୟବାଦ ଜଣାଇଛନ୍ତି  । ଏହି ଅଭିଯାନ ଏକ ରାଜନୈତିକ ଆନେ୍ଦାଳନ ଭାବେ ନରହି ଜନ ଆନେ୍ଦାଳନରେ ପରିଣତ ହୋଇଛି ବୋଲି ନବୀନ କହିଛନ୍ତି  ।

    ନବୀନ କହିଲେଯେ, ମହାନଦୀର ହକ୍ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ  । ଆମର ଦାବି ଫଳରେ ଆଜି ମହାନଦୀ ଟ୍ରିବୁ୍ୟନାଲ ଗଠନ ହୋଇଛି  । ମହାନଦୀ ବଂଚି ରହିବାକୁ ହେଲେ ଏହାର ୫୦୦ କିଲୋମିଟର ଅବବାହିକାରେ ଖରାଦିନେ ଜଳସ୍ରୋତ ଜାରି ରଖିବାକୁ ପଡ଼ିବ  । ଆମେ ଜଳ ପାଇଁ ଲଢେ଼ଇ କରୁନାହୁଁ, ଆମେ ମହାନଦୀର ଜୀବନ ପାଇଁ ଲଢେ଼ଇ କରୁଛୁ  । ମହାନଦୀ ଉପରେ ନିର୍ଭର କରୁଥିବା ସାତକୋଶିଆ, ଚିଲିକା ଓ ଭିତରକନିକାର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ  । ମହାନଦୀର ସୁରକ୍ଷା ପାଇଁ ଓଡ଼ିଶାବାସୀ ଏକାଠି ହୋଇଛନ୍ତି  । ମହାନଦୀ ଉପରେ ହେଉଥିବା ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Right nabin babu, Jay BJD

    Bijaya ku Sahu

    May 25, 2018

    Sir ama bjd sahita achu. Apanaku bhal pachu. Odisha pai only naveen patnaik aua kahi nuha

    Pratap behuria

    May 25, 2018

    ଯୋଜନା ଓ ବିକାଶ View all

    Find Us on Facebook