Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କଲଭର୍ଟ ଗାତରେ ପଡ଼ି ଆନ୍ଧ୍ର ଶ୍ରମିକର ମୃତୁ୍ୟ

    Share on :
    Date: May 24, 2018    Views: 71

    ସୋରଡ଼ା (ଲମ୍ବୋଦର ଅଧିକାରୀ) : ଗଞ୍ଜାମ ଜିଲ୍ଲା ସୋରଡ଼ା ସହର ଉପକଣ୍ଠ କେଶରୀପାଟଣା ଫରେଷ୍ଟ ଚେକଗେଟ ନିକଟରେ ଏକ କଲଭଟ ଗାଢ଼ରେ ପଡ଼ି ଜଣେ ଆନ୍ଧ୍ର ଶ୍ରମିକର ମୃତୁ୍ୟ ହୋଇଛି । ପୁଲିସ ମୁତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଳା ବେରଲାଙ୍ଗୀ ଗ୍ରାମର ଡି ଶ୍ୟାମସୁନ୍ଦର କିଛିଦିନ ହେବ ସୋରଡ଼ା ଅଂଚଳରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗ୍ରାମାଂଚଳରେ ବିଦୁ୍ୟତ ସଂଯୋଗ କରୁଥିବା ମେଘା ଇଂଜିନିୟରିଂ ଲିମିଟେଡ ଅଧୀନରେ ଶ୍ୟାମସୁନ୍ଦରଙ୍କ କାର୍ଯ୍ୟ କରୁଥିଲେ । ଶ୍ୟାମସୁନ୍ଦର ସଂଧ୍ୟାରେ ଘରୁ ବାହାରି ଯାଇ ଆଉ ଫେରିନଥିଲେ । ଶ୍ୟାମସୁନ୍ଦରଙ୍କ ଜଣେ ସଂପର୍କୀୟ ଭାଇ ଥାନରେ ନିଖୋଜ ସଂପର୍କରେ ମାମଲା ରୁଜୁ କରିଥିଲେ । ସ୍ଥାନୀୟ ଲୋକେ ତା’ ପରଦିନ ଉକ୍ତ ଗାଢ଼ ଭିତରେ ଶ୍ୟାମସୁନ୍ଦର ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ମୃତଦେହ ଉଦ୍ଧାର କରିଥିଲା । ଅତ୍ୟଧିକ ମଦ୍ୟପାନ କରି କଲଭର୍ଟ ଉପରେ ବସିବା ସମୟରେ ଭାରସାମ୍ୟ ହରାଇ ଗାଢ଼ରେ ପଡ଼ିଯାଇଥିବା ସନେ୍ଦହ କରାଯାଉଛି । 

    Maximum 500 characters

    ଆଂଚଳିକ View all

    Find Us on Facebook