Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏନଏଫଏସଏ ହିତାଧିକାରୀ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

    Share on :
    Date: May 24, 2018    Views: 423

    ଭୁବନେଶ୍ୱର : ରାଜ୍ୟର ଜନସଂଖ୍ୟା ବୃଦ୍ଧି ପାଇଛି  । ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି  ।  ଓଡ଼ିଶା ପାଇଁ ଅତିରିକ୍ତ ୩୪.୪୪ ଲକ୍ଷ ହିତାଧିକାରୀ ଅନୁମୋଦନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୩ ଅନୁଯାୟୀ ଓଡ଼ିଶାକୁ ୩ଲକ୍ଷ ୨୬ ହଜାର ୪୧୮୦୦ ହିତାଧିକାରୀ ଟାର୍ଗେଟ ଦିଆଯାଇଥିଲା  । ୨୦୧୧ ଜନଗଣନାରେ ଓଡ଼ିଶାର ଲୋକସଂଖ୍ୟା ୪ କୋଟି ୧୯ ଲକ୍ଷ ୭୪୨୧୮ ଥିବାବେଳେ ଏହା ତାହାର ୭୮% ଥିଲା  । ଓଡ଼ିଶା ସରକାର ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରୁଥିବାବେଳେ ହିତାଧିକାରୀମାନଙ୍କୁ ନିୟମିତ ଭାବେ ରାସନ ପ୍ରଦାନ କରୁଛନ୍ତି  । ଏନଏଫଏସଏର ବିଭିନ୍ନ ମାନଦଣ୍ଡରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି  ।

    ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଗତ ଦଶନ୍ଧି ମଧ୍ୟରେ ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ୧୪% ରହିଥିଲା  । ଏହି ଆଧାରରେ ୨୦୧୧ ତୁଳନାରେ ୨୦୧୮ ବେଳକୁ ଓଡ଼ିଶାର ଜନସଂଖ୍ୟା ୧୦.୨୨% ବୃଦ୍ଧି ପାଇବ  । ୨୦୧୮ ବେଳକୁ ଓଡ଼ିଶାର ଜନସଂଖ୍ୟା ୪ କୋଟି ୬୨ ଲକ୍ଷ ୬୩୯୮୩ରେ ପହଁଚିବ ବୋଲି ଆକଳନ କରାଯାଉଛି  । ଫଳରେ ଏନଏଫଏସଏ ଅନୁଯାୟୀ ଓଡ଼ିଶାର ୩ କୋଟି ୬୦ ଲକ୍ଷ ୮୫ ହଜାର ୯୦୭ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ହେବା କଥା  । ଏହାକୁ ଆଖିଆଗରେ ରଖି ଓଡ଼ିଶା ପାଇଁ ଅତିରିକ୍ତ ୩୪.୪୪ ଲକ୍ଷ ହିତାଧିକାରୀଙ୍କୁ ଅନୁମୋଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି  । ଯାହାଫଳରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରାଯାଇପାରିବ  । ଏତଦବ୍ୟତୀତ ଜନସଂଖ୍ୟା ବୃଦ୍ଧି ଆଧାରରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏକ ବ୍ୟବସ୍ଥା କରାଯିବା ଦରକାର  । ଯାହାଫଳରେ ନିୟମିତ ବ୍ୟବଧାନରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook