Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସାମ୍ବାଦିକ ବିରୂପାକ୍ଷ ତି୍ରପାଠୀଙ୍କ ମାତୃ ବିୟୋଗ

    Share on :
    Date: May 23, 2018    Views: 383

    ଭୁବନେଶ୍ୱର  : ପରୋପକାରୀ ଓ ଧର୍ମପରାୟଣା ମହିଳା ମନ୍ଦାକିନୀ ତ୍ରିପାଠୀଙ୍କର ୫୮ବର୍ଷ ବୟସରେ ମଙ୍ଗଳବାର ଦିନ ହୃଦ୍ଘାତରେ ପରଲୋକ ଘଟିଛି । ସେ ଗତ କିଛିଦିନ ଧରି ତାଙ୍କ ଗୋଡ଼ରେ    ଅସ୍ତ୍ରୋପ·ର ଲାଗି ଘରୋଇ ସନ୍ସାଇନ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ବାଲିପଡ଼ିଆ ଗ୍ରାମରେ ବିଶିଷ୍ଟ ସମାଜସେବୀ ଓ ଧାର୍ମିକ କାର୍ଯ୍ୟରେ ସମ୍ପୃକ୍ତ ଶ୍ରୀମତୀ ତ୍ରିପାଠୀ ବାଲିପଡ଼ିଆ ବାଳିକା ଉଚ୍ଚବିଦ୍ୟାଳୟର ପରି·ଳନା କମିଟିର ସମ୍ପାଦିକା ଓ ସତ୍ୟସାଇ ବାଲ୍ ବିକାଶର ଗୁରୁ ମ’ା ରହିଥିଲେ । ସେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦ୍ୟନାଥ ଦାଶଙ୍କ ଝିଅ ଓ ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ବୋହୂ ଅଟନ୍ତି । ତାଙ୍କର ସ୍ୱାମୀ ବିଜୟ କୁମାର ତ୍ରିପାଠୀ ଟ୍ରେଜେରୀ ନିଦେ୍ର୍ଧଶାଳୟର ଅବସରପ୍ରାପ୍ତ ଅଡ଼ିଟର ଅଟନ୍ତି । ଶେଷ ସମୟରେ ତାଙ୍କର ସ୍ୱାମୀ ଓ ଦୁଇପୁଅ ବରିଷ୍ଠ ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀ ଓ ଇଂ ବିଭୂଦତ୍ତ ତ୍ରିପାଠୀ, ଝିଅ, ଜ୍ୱାଇଁ, ବୋହୂ ଓ ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ବିଜେବି ନଗରସ୍ଥିତ ସରକାରୀ ବାସଭବନରେ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଭାତ କୁମାର ତି୍ରପାଠୀ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବିଜେଡ଼ି ନେତା ରବି ସାମଲ, ବିବେକାନନ୍ଦ ପାଣିଗ୍ରାହୀ, ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ସମାହିତ ବଳ, ବରିଷ୍ଠ ସୂଚନା ଅଧିକାରୀ ପ୍ରଭାକର ସାହୁ, ଶୁଭେନ୍ଦୁ ଭୂୟାଁ, ବରିଷ୍ଠ ସାମ୍ବାଦିକ ଭବାନୀ ତ୍ରିପାଠୀ, ସାରଦା ଦେବତା, ପ୍ରଦୁ୍ୟମ୍ନ କୁମାର ମହାନ୍ତି, ବିବେକାନନ୍ଦ ଜେନା, ବୈଷ୍ଣବ ଚରଣ ଜେନା, ବିଜୟ କୁମାର ପଣ୍ଡା, ଅରବିନ୍ଦ ମିଶ୍ର, ଗୁରୁ କଲ୍ୟାଣ ମହାପାତ୍ର, ପର୍ଶୁରାମ ଦାସ, ଶୁଭାଶୀଷ ମହାନ୍ତି, ପ୍ରତାପ ସାମଲ, ହିମାଂଶୁ ସିଂ, ହର ଦାସ ଓ ଅଶୋକ ପଣ୍ଡାଙ୍କ ସମେତ ବହୁ ସାମ୍ବାଦିକ, ସାହିତି୍ୟକ ଓ ବରିଷ୍ଠ ନାଗରିକ ପ୍ରମୁଖ ଆସି ଶେଷ ଦର୍ଶନ କରିଥିଲେ । ତାଙ୍କ ଗାଁ ବାଲିପଡ଼ିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କନିଷ୍ଠ ପୁତ୍ର ବିଭୂଦତ୍ତ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ।

    Maximum 500 characters

    ଆଂଚଳିକ View all

    Find Us on Facebook