Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଭୁବନେଶ୍ୱର ରେଳଷ୍ଟେସନର ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

    Share on :
    Date: May 22, 2018    Views: 711

    ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ବୁଝାମଣା ସ୍ୱାକ୍ଷର ନିମନ୍ତେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ଭୁବନେଶ୍ୱରରେ ଅତ୍ୟାଧୁନିକ ରେଳଷ୍ଟେସନ ବିଲିଡ଼ିଂ ନିର୍ମାଣ ସହ ଯାତ୍ରୀଙ୍କୁ ଅନ୍ତର୍ଜାତୀୟସ୍ତରର ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି  । ରାଜ୍ୟ ସରକାରଙ୍କ ଜମିରେ ଏହି ଅତ୍ୟାଧୁନିକ ଷ୍ଟେସନ ନିର୍ମାଣ ପାଇଁ ସହମତି ପ୍ରକାଶ ପାଇଛି  । ସ୍ମାର୍ଟ ସିଟି ପ୍ରକଳ୍ପ ସହ ସଂଯୋଜିତ କରି ଏହି ମଲଟି ମୋଡ଼ାଲ ହବର ଡିଜାଇନ୍ ମଧ୍ୟ ପ୍ରସ୍ତୁତ କରାଯାଇଛି  । ଏଥିପାଇଁ ରାଜ୍ୟ ସରକାର ସିଙ୍ଗାପୁରର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଡିଜାଇନ ଫାର୍ମ ସୁବର୍ଣ୍ଣ ଜୁରୋଙ୍ଗକୁ ନିୟୋଜିତ କରିଥିଲେ  । ଡିଜାଇନର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଯାତ୍ରୀଙ୍କୁ ନୂତନ ଅନୁଭୂତି ଦେବା ପାଇଁ ରେଳଷ୍ଟେସନର ଉଭୟ ପାଶ୍ୱର୍କୁ ଏକ ବିଶାଳ କନକୋର୍ସ ଜରିଆରେ ସଂଯୋଗ କରିବା  । ଉଭୟ ପ୍ଲାଟଫର୍ମ ଓ ରେଲୱେ ଲାଇନ୍ ଉପରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ନବୀନ ପତ୍ରରେ ଉଲ୍ଲେଖ କରିଛନ୍ତି  ।

    ଦୁଇଟି ପର୍ଯ୍ୟାୟରେ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୮ ଜାନୁଆରୀ ୨୦ରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର ଥିଲା  । ତେବେ ବୁଝାମଣା ପତ୍ର ସ୍ୱାକ୍ଷରିତ ନହୋଇପାରିବାରୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇସାରିଛି  । ତେଣୁ ରାଜ୍ୟ ସରକାର ଗୋଟିଏ ପର୍ଯ୍ୟାୟରେ ହିଁ ସମସ୍ତ ନିର୍ମାଣ କାର୍ଯ୍ୟ ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷର କରିବାକୁ ପ୍ରସ୍ତାବ ଦେଇଛନ୍ତି  । ପରିବର୍ତିତ ଏମଓୟୁ ସ୍ୱାକ୍ଷର ନିମନ୍ତେ ରେଳବାଇ ତୁରନ୍ତ ଅନୁମତି ପ୍ରଦାନ କରିବାର ଆବଶ୍ୟକତା ରହିଛି  । 

    ସାଧାରଣ ଜନତାଙ୍କ ପାଇଁ ଏହି ପ୍ରକଳ୍ପଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ରାଜ୍ୟ ସରକାର ଅତ୍ୟାଧୁନିକ ଓ ବିଶ୍ୱସ୍ତରୀୟ ଷ୍ଟେସନ ପ୍ରତିଷ୍ଠା ନିମନ୍ତେ ସମସ୍ତ ଅର୍ଥ ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତିବଦ୍ଧ  । ତେଣୁ ଉଭୟ ପକ୍ଷଙ୍କ ଦ୍ୱାରା ସ୍ଥିରୀକୃତ ତାରିଖରେ ଭୁବନେଶ୍ୱରେ ଏହି ଏମଓୟୂ ସ୍ୱାକ୍ଷର ନିମନ୍ତେ ନବୀନ ପ୍ରସ୍ତାବ ଦେଇଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook