Jun 19, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଓଡ଼ିଶାର ସ୍ୱର୍ଣ୍ଣଲତା ଦଳେଇଙ୍କ ମାଉଂଟ୍ ଏଭରେଷ୍ଟ ଆରୋହଣ

    Share on :
    Date: May 22, 2018    Views: 243

    ଭୁବନେଶ୍ୱର: ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗରର ୨୦ ବର୍ଷୀୟା ବାଳିକା କୁମାରୀ ସ୍ୱର୍ଣ୍ଣଲତା ଦଳେଇ ସଫଳତାର ସହିତ ମାଉଂଟ୍ ଏଭରେଷ୍ଟ୍ ଆରୋହଣ କରିଛନ୍ତି । ନିଜର ସାଥୀ ପର୍ବତାରୋହୀ ପୁନମ୍ ଓ ସନ୍ଦୀପ ତୋଲିୟାଙ୍କ ସହିତ ମିଶି ସେ ଏହି ସଫଳତା ପାଇଛନ୍ତି । ଏହି ମିସନ୍କୁ ଟାଟା ଷ୍ଟିଲ୍ ପ୍ରାୟୋଜିତ କରିଥିଲା ଓ ଏହାକୁ ଟାଟା ଷ୍ଟିଲ୍ ଆଡଭେଂଚର୍ ଫାଉଣ୍ଡେସନ୍ (ଟିଏସ୍ଏଏଫ୍) ପକ୍ଷରୁ ଆୟୋଜନ କରାଯାଇଥିଲା ।

    ଟିଏସ୍ଏଏଫ୍ର କ୍ୟାଡ୍ଟେମାନଙ୍କୁ ଅଭିନନ୍ଦନ ଜଣାଇ ଟାଟା ଷ୍ଟିଲ୍ର କର୍ପୋରେଟ୍ ସେବା ଉପସଭାପତି ସୁନୀଲ ଭାସ୍କରନ୍ କହିଛନ୍ତି ଯେ ଏହା ଏକ ଶ୍ରେଷ୍ଠ ସଫଳତା । ଟାଟା ଷ୍ଟିଲ୍ ତରଫରୁ ଆମେ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସହାୟତା ପ୍ରଦାନ କରିଥିବାରୁ ଗର୍ବିତ ମନେ କରୁଛୁ । ଟିଏସ୍ଏଏଫ୍ ଏଭଳି ସ୍ୱତନ୍ତ୍ର ଉଦ୍ୟମ ଜରିଆରେ ଦେଶରେ ରୋମାଂଚ କ୍ରୀଡ଼ାକୁ ପ୍ରସାର କରିବା ଦିଗରେ କାମ ଜାରି ରଖିବ ।

    ଟିଏସ୍ଏଏଫ୍ ପକ୍ଷରୁ ନିୟମିତ ବ୍ୟବଧାନରେ ଟ୍ରେକିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେଥି ମଧ୍ୟରୁ ଏକ ବାର୍ଷିକ କାର୍ଯ୍ୟକ୍ରମ ହେଉଛି ମାଉଂଟ୍ ଏଭରେଷ୍ଟ ଆରୋହଣ । ୨୦୧୮ର ମିସନ୍ ଏଭଷ୍ଟେ୍ ପାଇଁ ସ୍ୱର୍ଣ୍ଣଲତା ଦଳେଇ, ପୁନମ୍ ଓ ସନ୍ଦୀପ ତୋଲିୟାଙ୍କୁ ବିଶିଷ୍ଟ ପର୍ବତାରୋହୀ ବଚ୍ଛେନ୍ଦ୍ରୀ ପାଲ୍ଙ୍କ ନେତୃତ୍ୱରେ ତାଲିମ ପ୍ରଦାନ କରାଯାଇଛି । ବଚ୍ଛେନ୍ଦ୍ରୀ ହେଉଛନ୍ତି ଆଡ୍ଭେଚଂର୍ କାଯ୍ୟକ୍ରମର ମୁଖ୍ୟ । ଫାଉଣ୍ଡେସନ୍ ତରଫରୁ ତାଙ୍କୁ ଏଥିପାଇଁ ଚୟନ କରାଯାଇଛି ।

    ଏଭରେଷ୍ଟ୍ ଆରୋହଣ କରିବାକୁ ଚୟନ କରାଯାଇ ଥିବା ପ୍ରାର୍ଥୀମାନଙ୍କୁ ବିଗତ ବର୍ଷେ ହେଲାଣି ଟିଏସ୍ଏଏଫ୍ ପକ୍ଷରୁ ତାଲିମ ପ୍ରଦାନ କରାଯାଉଥିଲା । ତାଲିମର ଅଂଶ ସ୍ୱରୂପ ତାଙ୍କୁ ଚଳିତ ବର୍ଷ ଫେବ୍ରୁଆରିରେ ମାଉଂଟ୍ ଆକୁଙ୍କାଗୋଆ ଆରୋହଣର ସୁଯୋଗ ପ୍ରଦାନ କରାଯାଇଥିଲା । ପର୍ବତାରୋହଣ ବେଳେ ସେମାନେ ପାଣିପାଗରେ ଦ୍ରୁତ ପରିବର୍ତନ, ଉଚ୍ଚତାର ଭୟ ଓ କମ ଅମ୍ଳଜାନ ଓ ପତଳା ପବନ ଭଳି ପରିସ୍ଥିତି ଦେଇ ଗତି କରିଥିଲେ ଯେଉଁ ପରିସ୍ଥିତି ମାଉଂଟ୍ ଏଭରେଷ୍ଟ ଆରୋହଣ ବେଳେ ସାମ୍ନା କରିବାକୁ ପଡ଼ିଥାଏ ।

    ବଚ୍ଛେନ୍ଦ୍ରୀ ପାଲ୍ କହିଛନ୍ତି ଯେ ରୋମାଂଚ କ୍ରୀଡ଼ା ପ୍ରତି ଲୋକମାନଙ୍କୁ ଆକର୍ଷିତ କରିବା ଦିଗରେ ଟାଟା ଷ୍ଟିଲ୍ ବହୁତ ଭଲ କାମ କରୁଛି । ସଫଳତାର ସହିତ ମାଉଂଟ୍ ଏଭରେଷ୍ଟ ଆରୋହଣ କରିଥିବାରୁ ସେ ତିନି ପର୍ବତାରୋହୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

    ଉଲ୍ଳେଖଯୋଗ୍ୟ, ୨୦୧୬ ପରଠାରୁ ଟିଏସ୍ଏଏଫ୍ ପକ୍ଷରୁ ବିଜୁ ପଟ୍ଟନାୟକ ହିମାଳୟ ଆରୋହଣ କାର୍ଯ୍ୟକ୍ରମ ଆୟୋଜନ କରୁଛି । ସ୍ୱର୍ଣ୍ଣଲତାଙ୍କ ପର୍ବତାରୋହଣ ଦକ୍ଷତାକୁ ଦେଖି ଟିଏସ୍ଏଏଫ୍ ପକ୍ଷରୁ ତାଙ୍କୁ ମାଉଂଟ୍ ଏଭରେଷ୍ଟ ଆରୋହଣ ପାଇଁ ଚୟନ କରାଯାଇଥିଲା ।

    Maximum 500 characters

    ବିଶେଷ View all

    Find Us on Facebook