Jun 21, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପିକୁ ଅଟକାଇବା ପାଇଁ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ହୋଇପାରେ ଭିତିରିଆ ବୁଝାମଣା : ଜୁଏଲ ଓରାମ୍

    Share on :
    Date: May 22, 2018    Views: 2217

    ଭୁବନେଶ୍ୱର : ବିଜେପିକୁ ଅଟକାଇବା ପାଇଁ ରାଜ୍ୟରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇପାରେ  । ପଟ୍ଟନାୟକ ବ୍ରଦର୍ସ ଗୋପନ ବୁଝାମଣା କରି ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଯୋଜନା କରିବେ  । ତେବେ ବିଜେପି ଏଥିରେ ଭୟଭୀତ ନୁହେଁ, ଓଡ଼ିଶାରେ ଦଳ ଏକାକୀ ସରକାର ଗଠନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜୁଏଲ ଓରାମ୍ କହିଛନ୍ତି  ।

    ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜୁଏଲ କହିଲେଯେ, କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଓ ଜେଡ଼ିଏସ ମେଂଟ କରିବାକୁ ବାଧ୍ୟ ହୋଇଛନ୍ତି  । ଅନରୂପ ପରିସ୍ଥିତି ମଧ୍ୟ ଓଡ଼ିଶାରେ ସୃଷ୍ଟି ହେବାର ଆଶଙ୍କା ରହିଛି  । ବିଜେପୁର ଉପନିର୍ବାଚନ ବେଳେ ବିଜେଡ଼ି ନିକଟରେ କଂଗ୍ରେସ ବିକ୍ରି ହୋଇ ଯାଇଥିଲା  । ମୋଦିଙ୍କ ଲୋକପ୍ରିୟତା ବଢ଼ୁଥିବାବେଳେ ଓଡ଼ିଶାରେ ମଧ୍ୟ ଦୁଇ ଦଳ ଭିତରେ ଭିତିରିଆ ବୁଝାମଣା ହେବାର ସମ୍ଭାବନା ରହିଛି  ।

    ସେ କହିଲେଯେ, ୨୦୦୯ରେ ବିଜେଡ଼ି ଓ ବିଜେପି ମେଂଟ ଭାଙ୍ଗିଥିଲା  । ତେବେ ସେତେବେଳେ କେନ୍ଦ୍ର ସରକାର ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି କରିନଥିଲେ  । ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସ ଏଭଳି ପଦକ୍ଷେପ ନନେବା ପଛରେ ଅଭିସନ୍ଧି ରହିଥିଲା  । ସେହିପରି ସାମ୍ ପିଟ୍ରୋଡ଼ାଙ୍କୁ ନବୀନବାବୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରିଥିଲେ  । ଏବେ ପିଟ୍ରୋଡ଼ା ରାହୁଲ ଗାନ୍ଧୀଙ୍କ ଟିମକୁ ପୁଣି ଫେରିଯାଇଛନ୍ତି  । ସେହିପରି ସୌମ୍ୟରଂଜନ ବାବୁ ମଧ୍ୟ ବିଜେଡ଼ିରେ ମିଶିଛନ୍ତି  । କଂଗ୍ରେସ ସହ ତାଙ୍କର କ’ଣ ସମ୍ପର୍କ ସମସ୍ତେ ଜାଣନ୍ତି  । ତେଣୁ ସେ ମଧ୍ୟ ସେତୁ ଭାବେ କାର୍ଯ୍ୟ କରିବେ  । ଏହାଛଡ଼ା ନବୀନ ପଟ୍ଟନାୟକ ଓ ସୋନିଆ ଗାନ୍ଧୀ ମଧ୍ୟ ପୂର୍ବରୁ ଏକ ଏକାଡେ଼ମୀରେ ଦୀର୍ଘଦିନ ଧରି ଏକାଠି କାର୍ଯ୍ୟ କରୁଥିଲେ  । ଖାଲି ସେତିକିନୁହେଁ ଅତୀତରେ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ କଂଗ୍ରେସ ସହ ବୁଝାମଣା ନେଇ ଇଙ୍ଗିତ କରିଥିଲେ  । ଉଭୟ କଂଗ୍ରେସ ଓ ବିଜେଡ଼ି ଖଣି ଦୁର୍ନୀତି ଓ ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ଥିଲେ  । ତେଣୁ ଦୁଇ ପଟ୍ଟନାୟକ ବ୍ରଦର୍ସ ଗୋପନ ବୁଝାମଣା କରିବାର ସମ୍ଭାବନା ରହିଥିବା ଓଡ଼ିଶାବାସୀ ଜାଣିବା ଦରକାର ବୋଲି ଜୁଏଲ କହିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Pagala vali juel oram aajaku 19 barsa hela gapichalichhanti.... value less Leader in Odisha

    Debabratahati

    May 22, 2018

    Pagala vali juel oram aajaku 19 barsa hela gapichalichhanti.... value less Leader in Odisha

    Debabratahati

    May 22, 2018

    ତାଜା ଖବର View all

    Find Us on Facebook