Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ନବୀନଙ୍କ ଥ୍ରୀ-ଟି ଓ ଥ୍ରୀ-ଡି ମନ୍ତ୍ର

    Share on :
    Date: May 21, 2018    Views: 625

    ଭୁବନେଶ୍ୱର : ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ ଓ ଟେକ୍ନୋଲୋଜି (ଥ୍ରୀ-ଟି) ହେଉଛି ଆମର ମୂଳମନ୍ତ୍ର । ଓଡ଼ିଶାବାସୀଙ୍କ ବିଶ୍ୱାସକୁ ସମ୍ମାନ ଦେବା ପାଇଁ ଆମେ ଡେଡିକେସନ, ଡିଟରମିନେସନ ଓ ଡିଭୋସନ (ଥ୍ରୀ-ଡି) ସହ ପ୍ରତି ମିନିଟ କାର୍ଯ୍ୟ କରିବାକୁ ସଂକଳ୍ପ ନେବା । ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତି ଉପଲକ୍ଷେ ମନ୍ତ୍ରୀମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ ୪ବର୍ଷ ମଧ୍ୟରେ ଓଡ଼ିଆ ଭାଷାର ବିକାଶ, ଗରିବଙ୍କ ମୁଣ୍ଡ ଉପରେ ଛାତ, ୨୫ ହଜାର ୫୦୦ କିମି ରାସ୍ତା ନିର୍ମାଣ, ଜଳସେଚନ, ଉପôାଦନ ବୃଦ୍ଧି, ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର, ଯୁବକଯୁବତୀଙ୍କ ଦକ୍ଷତା ବିକାଶ, ୪ ମେଡିକାଲ କଲେଜରେ ଶିକ୍ଷାଦାନ ଆରମ୍ଭ, ୯ ଆଦିବାସୀ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ, ମହିଳା ସଶକ୍ତିକରଣ ଓ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ଚାରିବର୍ଷ ମଧ୍ୟରେ ସରକାରଙ୍କ ସଫଳତା ସହ ଆଗାମୀ ଲକ୍ଷ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋକପାତ କରିଛନ୍ତି ।

    ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେଯେ, ୨୦୧୪ ମେ’ ୨୧ରେ ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଆମେ ଶପଥ ନେଇଥିଲେ  । ଆଜି ଚତୁର୍ଥ ବର୍ଷ ପୂରଣ ହୋଇଛି  । ଏହି ସମୟ ମଧ୍ୟରେ ଆମେ କ’ଣ ସଫଳତା ପାଇଛୁ ତାହା ଅନୁଶୀଳନ କରିବା ଦରକାର  । ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ଇସ୍ତାହାରକୁ ଆମେ ସରକାରଙ୍କ ନୀତି ଭାବେ ଭାବେ ଗ୍ରହଣ କରିଥିଲୁ  । 
    ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିବା ପାଇଁ ଆମେ ସଂକଳ୍ପ ନେଇଥିଲୁ  । ଗ୍ରାମୀଣ ଗୃହ ନିର୍ମାଣରେ ଜାତୀୟସ୍ତରରେ ଓଡ଼ିଶା ସର୍ବାଗ୍ରେ ରହିଛି  । ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୧୭ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଥିବାବେଳେ ଅବଶିଷ୍ଟ ୭ ଲକ୍ଷ ଘର ମାର୍ଚ୍ଚ ୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ  । ଯାହାକି ବିଜୁବାବୁଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ  । ଯେ କି ସବୁବେଳେ ‘ମୁଁ ଚାହେଁ ସବୁ ପରିବାର ମୁଣ୍ଡ ଉପରେ ଛାତଟିଏ ଥାଉ  । ସବୁ ପରିବାର ପାଇଁ ଭଲ ପିଇବା ପାଣି ଏବଂ ଖରା ବର୍ଷ ସବୁଥିରୁ ସୁରକ୍ଷା ’ ବୋଲି କହୁଥିଲେ  ।
    ନବୀନ କହିଲେଯେ, ସହରାଂଚଳର ବସ୍ତିବାସିନ୍ଦାଙ୍କୁ ଜମି ଓ ସମ୍ପତି ଅଧିକାର ପ୍ରଦାନ ପାଇଁ ରାଜ୍ୟ ସରକାର ଐତିହାସିକ ଆଇନ୍ ପ୍ରଣୟନ କରିଛନ୍ତି  । ଯାହାଦ୍ୱାରା ପ୍ରାୟ ୧୦ ଲକ୍ଷ ଲୋକ ଉପକୃତ ହେବେ  । କୃଷିର ବିକାଶ ସମ୍ପର୍କରେ ମଧ୍ୟ ନବୀନ ଆଲୋକପାତ କରିଥିଲେ  । ଦେଶର ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ଚାଷୀଙ୍କ ଆୟ ଗତ ଏକ ଦଶନ୍ଧି ମଧ୍ୟରେ ଦୁଇଗୁଣା ହୋଇପାରିଛି  । ରାଜ୍ୟ ସରକାର ଆଉ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ସଂକଳ୍ପ କରିଥିଲେ । ଇତି ମଧ୍ୟରେ ୭ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରାଯାଇଥିବା ବେଳେ ୨୦୧୯ ଅପ୍ରେଲ ପହିଲା ସୁଦ୍ଧା ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରୁଛୁ ବୋଲି ନବୀନ କହିଛନ୍ତି । ରାଜ୍ୟରେ ରେକର୍ଡ ୧୧୭ ଲକ୍ଷ ମେଟି୍ରକ ଟନର ଖାଦ୍ୟ ଶସ୍ୟ ଉପôାଦନ ହୋଇଛି । ଦେଶର ଖାଦ୍ୟ ନିରାପତାରେ ଓଡ଼ିଶାର ସର୍ବାଧିକ ଅବଦାନ ରହିଛି । ଏତଦବ୍ୟତୀତ ଭାଗଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯାଉଥିବା ବେଳେ ଜଳାଭାବ ଅଂଚଳରେ ଚାଷୀଙ୍କୁ ମିଲେଟ ମିଶନ ଯୋଜନାରେ ପ୍ରୋତ୍ସାହନ ଦିଆଯାଉଛି । 
    ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ନବୀନ ସରକାର ଯୋଗାଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛନ୍ତି । ଗତ ଚାରିବର୍ଷରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବରେ ୨୨ ହଜାର ୫୦୦ କିମିର ଗ୍ରାମୀଣ ରାସ୍ତା ନିର୍ମାଣ କରିପାରିଛନ୍ତି । ବିଜୁ ସେତୁ ଯୋଜନାରେ ୬୦୦ ସେତୁ ନିର୍ମାଣ କରାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ହାଇୱେ ମଧ୍ୟ ନିର୍ମାଣ ହୋଇଛି । ମହାନଦୀ ଉପରେ କମ୍ ସମୟ ମଧ୍ୟରେ ଉକ୍ରଳ ଗୌରବ ମଧୁସୂଦନ ସେତୁ ନିର୍ମାଣ କରାଯାଇଥିବା ବେଳେ ଖୁବଶୀଘ୍ର ଗୁରୁପ୍ରିୟା ସେତୁ ମଧ୍ୟ କାର୍ଯ୍ୟକ୍ଷମ ହେବ । 
    କୋରାପୁଟ, ବାରିପଦା, ବାଲେଶ୍ୱର ଏବଂ ବଲାଙ୍ଗିରରେ ୪ଟି ନୂତନ ମେଡିକାଲ କଲେଜ ଆରମ୍ଭ ହୋଇଥିବା ବେଳେ ଆଉ ୫ଟି ମେଡିକାଲ କଲେଜ କରାଯିବ । ଶିଶୁ ମୃତୁ୍ୟହାର ହ୍ରାସରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହେଉଥିବା ବେଳେ ଜାତୀୟ ହାରଠାରୁ ଓଡ଼ିଶାର ହାର ଭଲ ରହିଛି । ମମତା ଯୋଜନାରେ ୩୦ଲକ୍ଷ  ମହିଳା ସହାୟତା ପାଇଥିବା ବେଳେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି । ଏହାଛଡ଼ା ପଂଚାୟତିରାଜ ଅନୁଷ୍ଠାନମାନଙ୍କରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖାଯାଇଛି ।
    ରାଜ୍ୟରେ ୧୯୦ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବେଳେ ୫୬ ହଜାର ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ୨୦ଲକ୍ଷ ଛାତ୍ରଛାତ୍ରୀଙ୍କୁ ୧ ପ୍ରତିଶତ ହାରରେ ଶିକ୍ଷାଋଣ ପ୍ରଦାନ କରାଯାଉଛି । ‘ମୋ ସ୍କୁଲ’ ଅଭିଯାନ ମାଧ୍ୟମରେ ଗୋଷ୍ଠୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସହ ସଂଯୋଗ କରାଯାଇପାରିଛି । ୧୧ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଓଡ଼ିଶା ଦକ୍ଷତା ମିଶନ ଗଠନ କରାଯାଇଥିଲା । ଇତି ମଧ୍ୟରେ ୯ଲକ୍ଷ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ  ସେମାନଙ୍କ ପାଇଁ ନିଯୁକ୍ତି ଓ ଜୀବନ ଜୀବିକାର ସୁଯୋଗ ସୃଷ୍ଟି କରାଯାଇଛି । ନିଯୁକ୍ତି ଭିତିକ ଶିଳ୍ପ ପ୍ରତିଷ୍ଠା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ରାଜ୍ୟରେ ୧ଲକ୍ଷ ୮୦ ହଜାର କୋଟିର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହ ୧ଲକ୍ଷ ୩୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି । ଗତ ୪ବର୍ଷ ମଧ୍ୟରେ ରପ୍ତାନୀ ଅଢେ଼ଇଗୁଣ ବୃଦ୍ଧି ପାଇଥିବା ବେଳେ ଏଥିରେ ରାଜ୍ୟ ଚାମ୍ପିୟନ ଷ୍ଟେଟ୍ ଭାବେ ପରିଗଣିତ ହୋଇଛି । ଗତ ୪ବର୍ଷ ମଧ୍ୟରେ ୧୭ଲକ୍ଷ ପରିବାରକୁ ବିଜୁଳି ସଂଯୋଗ ଦିଆଯାଇଥିବା ବେଳେ ଅକ୍ଟୋବର ୨ ସୁଦ୍ଧା ସବୁ ପରିବାରକୁ ବିଜୁଳି ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
    ପାନୀୟ ଜଳଯୋଗାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରତି ପଂଚାୟତର ଅତି କମ୍ରେ  ୨ଟି ଗାଁକୁ ପାଇପ ଜଳଯୋଗାଣ କରାଯିବ । ଆଦିବାସୀଙ୍କ ବିକାଶ ପାଇଁ ୯ ଆଦିବାସୀ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ବେଳେ ଗତବର୍ଷ ଡିସେମ୍ବର ୨୬ରେ ପୁରୀରେ ଆୟୋଜିତ ସ୍ୱତନ୍ତ୍ର କ୍ୟାବିନେଟ ବୈଠକରେ ଓଡ଼ିଆ ଭାଷାର ବିକାଶ ପାଇଁ ବହୁ ନିଷ୍ପତି ନିଆଯାଇଛି । ୯୦ ଦିନ ମଧ୍ୟରେ ଓଡ଼ିଶାରେ ୨୨ତମ ଏସିଆନ ଆଥଲେଟିକ ଚାମ୍ପିଅନସିପ୍ ଆୟୋଜିତ ହୋଇଥିବା ବେଳେ ଜାତୀୟ ହକି ଦଳର ପ୍ରାୟୋଜକ ହୋଇଛି । ଟିମ ଇଣ୍ଡିଆ ଜର୍ସିରେ ଓଡ଼ିଶାର ଲୋଗୋ ଆମକୁ ଗର୍ବିତ କରିଛି । ସାଢେ଼ ୪କୋଟି ଓଡ଼ିଆ ଆମ ଉପରେ ବିଶ୍ୱାସ ରଖିଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook