Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପି କ୍ୟାମ୍ପରୁ ପଳାଇ ଆସିଲେ କଂଗ୍ରେସ ବିଧାୟକ ପ୍ରତାପ ଗୌଡ଼ ପାଟିଲ

    Share on :
    Date: May 19, 2018    Views: 4589

    ବେଙ୍ଗାଲୁର : କର୍ଣ୍ଣାଟକ ନିର୍ବାଚନ ପରଠାରୁ କଂଗ୍ରେସକୁ ଧରାଛୁଅାଁ ଦେଉନଥିବା ପ୍ରତାପ ଗୌଡ଼ ପାଟିଲଙ୍କୁ ଆଜି କଂଗ୍ରେସ କ୍ୟାମ୍ପରେ ଦେଖିବାକୁ ମିଳିଛି  । ପୂର୍ବରୁ ସେ ବିଜେପି କ୍ୟାମ୍ପ ସହ ଯୋଗାଯୋଗରେ ଥିବାରୁ କଂଗ୍ରେସ ନେତାଙ୍କ ସହ ଲୁଚକାଳି ଖେଳ ଖେଳୁଥିଲେ  । ଆଜି ହୋଟେଲ ରୁମରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପାଟିଲ ବିଧାନସଭାରେ ପହଁଚିଥିଲେ  । ତେବେ ସେ ବିଧାନସଭାରେ ପହଁଚି କଂଗ୍ରେସ କ୍ୟାମ୍ପ ବଦଳରେ ବିଜେପି କ୍ୟାମ୍ପକୁ ଯିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା  । ଅପରପକ୍ଷରେ ବିଜେପି ତାଙ୍କର ଦୁଇ ବିଧାୟକଙ୍କୁ ବନ୍ଧକ ରଖିଛି ବୋଲି କଂଗ୍ରେସ ମଧ୍ୟ ଅଭିଯୋଗ କରିଥିଲେ  । କିନ୍ତୁ ବିଧାନସଭାରେ ପହଁଚିବା ପରେ ପାଟିଲ ସିଧାସଳଖ କଂଗ୍ରେସ କ୍ୟାମ୍ପକୁ ଯାଇଥିଲେ  । ସେଠାରେ ଦଳୀୟ ବିଧାୟକଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ  । ପ୍ରତାପ ପାଟିଲ ମଧ୍ୟାହ୍ନ ଭୋଜନ କରୁଥିବାବେଳେ ଅନେକ କଂଗ୍ରେସ ବିଧାୟକ ତାଙ୍କୁ ଘେରି ଯାଇ କଥା ହେଉଥିବା ଦେଖିବାକୁ ମିଳିଥିଲା  । ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛିଯେ, ପାଟିଲ କଂଗ୍ରେସ-ଜେଡ଼ିଏସ ସପକ୍ଷରେ ହିଁ ଭୋଟ ଦେବେ  । 

    Maximum 500 characters

    ତାଜା ଖବର View all

    Find Us on Facebook