Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୪ଟଙ୍କା ବଢ଼ିବ ପେଟ୍ରୋଲ ଦର

    Share on :
    Date: May 18, 2018    Views: 1175

    ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ୪ ଟଙ୍କା ବୃଦ୍ଧି ହେବବୋଲି ଆକଳନ କରାଯାଇଛି । କର୍ଣ୍ଣାଟକ ନିର୍ବାଚନ ଯୋଗୁ ତିନି ସରକାରୀ ତେଲ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ ପକ୍ଷରୁ ୧୯ ଦିନ ପର୍ଯ୍ୟନ୍ତ ତେଲ ଦରକୁ ବୃଦ୍ଧି କରାଯାଇନଥବଲା । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ, ଡିଜେଲ ଦର ପୁଣି ବଢ଼ାଇବା ଆରମ୍ଭ କରିଛନ୍ତି । ଦିଲ୍ଲୀରେ ପେଟ୍ରୋଲ ଦର ୫ବର୍ଷର ସର୍ବୋଚ୍ଚସ୍ତରରେ ପହଁଚିଯାଇଛି । ସେଠାରେ ଲିଟର ପିଛା ୭୫ ଟଙ୍କାରୁ ଅଧିକ ହୋଇଗଲାଣି । ଚଳିତ ମାସ ୧୪ ତାରିଖ ପରେ ତେଲ କମ୍ପାନୀଗୁଡ଼ିକ ପୁଣି ଥରେ ଦରବୃଦ୍ଧି ଆରମ୍ଭ କରିଛନ୍ତି । ବିଗତ ତିନିସପ୍ତାହ ମଧ୍ୟରେ ଦର ବୃଦ୍ଧି ନକରିବାରୁ କମ୍ପାନୀଗୁଡ଼ିକର ୫୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଛି । ତେଲ ଦରବୃଦ୍ଧିର ଦୁଇଟି ପ୍ରମୁଖ କାରଣ ହେଲା ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ଆମେରିକରୀୟ ଡଲାର ମୂଲ୍ୟ ବୃଦ୍ଧି । ଅଶୋଧିତ ତେଳ ଦର ବ୍ୟାରେଲ ପିଛା ୮୦ ଡଲାରରେ ପହଁଚିଯାଇଛି । ସେହି ସମୟରେ ଗୋଟିଏ ଡଲାର କିଣିବାକୁ ହେଲେ ୬୮ ଟଙ୍କା ପାଖାପାଖି ଖର୍ଚ୍ଚ କରିବାକୁ ପଡ଼ÿୁଛି । 

    Maximum 500 characters

    ଅର୍ଥନୀତି View all

    Find Us on Facebook