May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେରଳ ଯିବେ କର୍ଣ୍ଣାଟକ-ଜେଡ଼ିଏସ ବିଧାୟକ

    Share on :
    Date: May 17, 2018    Views: 4391

    ବେଙ୍ଗାଲୁର : କର୍ଣ୍ଣାଟକରେ ଚାଲିଛି ହାଇଡ୍ରାମା  । କଳେବଳେ କୌଶଳେ ବିଜେପି କ୍ଷମତା ଦଖଲ ପାଇଁ ଚାହୁଁଥିବାବେଳେ ବିଜେପିକୁ ଅଟକାଇବା ପାଇଁ କଂଗ୍ରେସ ଆପ୍ରାଣ ଉଦ୍ୟମ ଜାରିରଖିଛି  । କାଳେ ବିଜେପି ସେମାନଙ୍କ ବିଧାୟକମାନଙ୍କୁ ନେଇଯିବ ସେଥିପାଇଁ ବିଧାୟକମାନଙ୍କୁ ଗୋପନରେ ରଖିଛି କଂଗ୍ରେସ  । ଏବେ କଂଗ୍ରେସ ଓ ଜେଡ଼ିଏସ ବିଧାୟକମାନେ ହୋଟେଲରେ ରହିଥିବାବେଳେ କର୍ଣ୍ଣାଟକକୁ ଆଉ ସୁରକ୍ଷିତ ବୋଲି କଂଗ୍ରେସ ମନେ କରୁନାହିଁ  । ତେଣୁ କଂଗ୍ରେସ ଓ ଜେଡ଼ିଏସ ବିଧାୟକମାନଙ୍କୁ କେରଳ ନେବା ପାଇଁ ଦୁଇ ଦଳ ଯୋଜନା କରିଛନ୍ତି  । କେରଳରେ ଏବେ ବାମପନ୍ଥୀ ସରକାର ଥିବାବେଳେ ବିଜେପି ସେମାନଙ୍କର ପ୍ରମୁଖ ଶତ୍ରୁ ପାଲଟିଛି  । ଅପରପକ୍ଷରେ କେରଳରେ ମଧ୍ୟ କଂଗ୍ରେସର ଦବଦବା ରହିଛି  । ତେଣୁ ଜେଡ଼ିଏସ ଓ କଂଗ୍ରେସ ବିଧାୟକମାନଙ୍କ ସହ କୌଣସି ମତେ ଆଉ ବିଜେପି ନେତାମାନେ ଯୋଗାଯୋଗ କରିପାରିବେ ନାହିଁ  । ଅପରପକ୍ଷରେ ସ୍ୱାଧୀନ ବିଧାୟକ ଆର ଶଙ୍କର ଏବେ ଜେଡ଼ିଏସ କ୍ୟାମ୍ପରେ ରହିଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ଅଧିକ ମତାମତ

    ଜେଡିଏସ ଏବଂ କଂଗ୍ରେସ ନିଶ୍ଚିତ ଉପକୃତ

    ନିରଞ୍ଜନ ମହାନ୍ତ

    May 17, 2018

    ଦେଶ ବିଦେଶ View all

    Find Us on Facebook