May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନ : ପୋଛିନେଲା ଟିଏମସି, ବାମ ଦଳକୁ ପଛରେ ପକାଇଲା ବିଜେପି

    Share on :
    Date: May 17, 2018    Views: 3383

    କୋଲକାତା : ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି  । ନିର୍ବାଚନରେ ଟିଏମସି ବିପୁଳ ବିଜୟ ହାସଲ କରିଥିବାବେଳେ ବାମ ଦଳକୁ ଶକ୍ତ ଧକ୍କା ଲାଗିଛି  । ବାମଦଳଗୁଡ଼ିକୁ ପଛରେ ପକାଇ ବିଜେପି ଦ୍ୱିତୀୟ ବୃହତମ ଦଳ ଭାବେ ଉଭା ହୋଇଛି  ।  ପଶ୍ଚିମବଙ୍ଗରେ ବ୍ୟାପକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି  । ପ୍ରାରମ୍ଭିକ ଖବର ସୁଦ୍ଧା ନିର୍ବାଚନୀ ହିଂସାରେ ୨୦ ଜଣ ମୃତୁ୍ୟ ବରଣ କରିଥିବାବେଳେ ୭୦ ଜଣ ଆହତ ହୋଇଛନ୍ତି  । ଅନେକ ସ୍ଥାନରେ ହିଂସା ହେଉଥିବାବେଳେ ପୁଲିସ୍ ଟିଅର ଗ୍ୟାସ ଫାୟାରିଂ କରୁଥିବା ଦେଖିବାକୁ ମିଳିଛି  ।

    ଅପରାହ୍ନ ସାଢେ଼ ୧ଟା ସୁଦ୍ଧା ୧୦୬୨ ପଂଚାୟତର ଫଳାଫଳ ପ୍ରକାଶ ପାଇଛି  । ଟିଏମସି ସର୍ବାଧିକ ୯୩୨ ସ୍ଥାନରେ ବାଜିମାତ୍ କରିଥିବାବେଳେ ବିଜେପିକୁ ୮୨, କଂଗ୍ରେସକୁ ୮, ବାମମେଂଟକୁ ୭ ଓ ଅନ୍ୟ ଦଳ ୩୩ ପଂଚାୟତ କବ୍ଜା କରିଥିବା ଜାଣିବାକୁ ମିଳିଛି  ।

    ରାଜ୍ୟର ଅଧିକାଂଶ ଅଂଚଳରେ ଏକପାଖିଆ ଭାବେ ଟିଏମସି ବିଜୟ ହାସଲ କରିଥିବାବେଳେ କେତେକ ଜିଲ୍ଲାରେ ବିରୋଧୀ କଂଗ୍ରେସ, ବିଜେପି କିମ୍ବା ବାମମେଂଟ ଖାତା ମଧ୍ୟ ଖୋଲିପାରିନାହାନ୍ତି  । ଟିଏମସି ୨୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବ ବୋଲି ଜାଣିବାକୁ ମିଳିଛି  ।

    Maximum 500 characters

    ରାଜନୀତି View all

    Find Us on Facebook