May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାକପଟେ ଖାଦ୍ୟ ଖାଉଛନ୍ତି ପପୁ

    Share on :
    Date: May 17, 2018    Views: 2531

    ଭୁବନେଶ୍ୱର : ଓଲିଉଡ୍ର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମ୍ ଏବେ ଅସୁସ୍ଥ ହୋଇ ନୂଆଦିଲ୍ଲୀ ଏମସରେ ଚିକିତ୍ସିତ ହେଉଛନ୍ତି  । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିଲେ ମଧ୍ୟ ସେ ନାକପଟେ ପାଇପ ଜରିଆରେ ଖାଦ୍ୟ ଖାଉଛନ୍ତି  । ଏବେ ସେ ନୂଆଦିଲ୍ଲୀର ଏମସରେ ଏବି-୮ ଆଇସିୟୁ ନମ୍ବର ୪ରେ ଚିକିତ୍ସିତ ହେଉଛନ୍ତି  । ଗ୍ୟାଷ୍ଟ୍ରୋଲୋଜି ବିଭାଗର ପ୍ରଫେସର ଅନୁପ ସାରାୟଙ୍କ ନେତୃତ୍ୱରେ ଗଠିତ ୬ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ପପୁଙ୍କ ନାକବାଟେ ତରଳ ଖାଦ୍ୟ ପାଇପ ଜରିଆରେ ଦିଆଯାଉଛି । ଖୁବଶୀଘ୍ର ସେ ଆରୋଗ୍ୟ ହୋଇଯିବେ ବୋଲି ସମ୍ଭାବନା ଥିବା ଜଣାପଡ଼ିଛି । ତେବେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ଫ୍ୟାନମାନେ । ପପୁଙ୍କ ଅଗଣିତ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୋସିଆଲ ମିଡିଆରେ କେହି ମିଛ ଅପପ୍ରଚାର ନକରିବାକୁ ତାଙ୍କର ପତ୍ନୀ ଅନୁରୋଧ କରିଛନ୍ତି । 

     

    Maximum 500 characters

    ଅଧିକ ମତାମତ

    May Lord Jagannath save our Pappu.

    Subash

    May 17, 2018

    Jay jagannath

    Situ sahoo

    May 17, 2018

    ରାଜ୍ୟ ଖବର View all

    Find Us on Facebook