Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପାଇପ ଭିତରେ ଫସିଗଲେ ବୃଦ୍ଧ, ଓଡ୍ରାଫ-ଅଗ୍ନିଶମ ବିଭାଗ ଟଣାଓଟରା

    Share on :
    Date: May 17, 2018    Views: 283

    ଭୁବନେଶ୍ୱର : ନାଳ ସଫା କରିବା ବେଳେ ଦୁର୍ଘଟଣାବଶତଃ ଜଣେ ବୃଦ୍ଧ ପାଇପ୍ ଭିତରେ ଫଶିଯାଇଥିବାବେଳେ ତାଙ୍କର ଉଦ୍ଧାର କାର୍ଯ୍ୟକୁ ନେଇ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି  । ଛଅ ଘଂଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏଯାବତ୍ ସଫଳତା ମିଳିପାରିନାହିଁ  । ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ କରୁଥିବାବେଳେ ଉଦ୍ଧାର ପ୍ରକ୍ରିୟାରେ ତ୍ରୁଟି ରହିଛି ବୋଲି ଓଡ୍ରାଫ ବାହିନୀର ସଦସ୍ୟ ଅଭିଯୋଗ କରିଛନ୍ତି  । 

    ଉଦ୍ଧାର କାର୍ଯ୍ୟ ନେଇ ଓଡ୍ରାଫ ବାହିନୀର ନିରଞ୍ଜନ ଆଚାର୍ଯ୍ୟ କହିଛନ୍ତିଯେ, ଟନେଲରେ ଫସିଯାଇଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଯେଉଁ ତରିକାରେ ହେବା କଥା ସେଭଳି ହେଉନାହିଁ  । ଆମକୁ ସୁଯୋଗ ଦେବା ପାଇଁ ଆମେ ଅଗ୍ନିଶମ ବାହିନୀକୁ ଅନୁରୋଧ କରିଥିଲୁ  । କିନ୍ତୁ ସେମାନେ ଆମକୁ ସୁଯୋଗ ଦେଉନାହାନ୍ତି  । ଅଧ ଘଂଟା ପାଇଁ ସୁଯୋଗ ଦେବାକୁ କହିଥିଲେ ମଧ୍ୟ ମିଳିନଥିଲା  । ଯେଉଁ କାର୍ଯ୍ୟ ଅଳ୍ପ ସମୟରେ ହୋଇପାରିବା କଥା ସେହି କାର୍ଯ୍ୟ ୬ ଘଂଟା ଧରି କରାଯାଉଥିଲେ ବି ସଫଳତା ମିଳୁନଥିବା ସେ କହିଛନ୍ତି  ।

    ସୂଚନାଯୋଗ୍ୟଯେ, ନାଳ ସଫା କରିବା ବେଳେ ଅଘଟଣ ଘଟିଥିଲା  । କଟକର ପ୍ରାଣକୃଷ୍ଣ ମୁଦୁଲି ନାଳ ସଫା କରୁଥିବାବେଳେ ଅନ୍ୟ କେହି ପମ୍ପିଂ ମେସିନ୍ ଚାଲୁ କରିଦେବାରୁ ସେ ପାଇପ ଭିତରକୁ ଟାଣି ହୋଇ ପଶିଯାଇଥିଲେ  ।  ତେଣୁ ସେ ଆଉ ବାହାରିପାରିନଥିଲେ  । ତେବେ ପାଇପ ଭିତରେ ପ୍ରାଣକୃଷ୍ଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook