May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଜଳସଂପଦର ବିକାଶ ପାଇଁ ୭୫ ହଜାର କୋଟି

    Share on :
    Date: May 17, 2018    Views: 693

    ଭୁବନେଶ୍ୱର : ଆସନ୍ତା ୫ବର୍ଷରେ ରାଜ୍ୟରେ ଜଳସଂପଦର ବିକାଶ ପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗତକାଲି ଝାରସୁଗୁଡ଼ା ଠାରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଶେଷକରି ଜଳସଂପଦ, ପାନୀୟ ଜଳ ଓ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହା ସହିତ ଆସନ୍ତା ୩ ମାସରେ ଏକ ବିସ୍ତୃତ ନଦୀ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳସଂଦପ ବିକାଶ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାନଦୀର କେତେକ ସ୍ଥାନରେ ବ୍ୟାରେଜ ନିର୍ମାଣ କରାଯାଇ ନଦୀ ଜଳ ସଂରକ୍ଷଣ କରାଯିବ ଏବଂ କୃଷି ଓ ପାନୀୟ ଜଳ ଆଦି କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ । ଜନସାଧାରଣ ବିସ୍ଥାପିତ ନହେବାର ସମ୍ଭାବନା ଥିବା ସ୍ଥାନରେ ହିଁ ଏହି ବ୍ୟାରେଜଗୁଡ଼ିକୁ ନିର୍ମାଣ କରାଯିବ । 

    ବରଗଡ଼ ଓ ଶାସନ ମୁଖ୍ୟ କେନାଲକୁ କଂକି୍ରଟ ଲାଇନିଂ କରାଯିବ । ଏଥିପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହି କାର୍ଯ୍ୟ ଆସନ୍ତା ୩ବର୍ଷ ମଧ୍ୟରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଆଗାମୀ ୩ମାସ ମଧ୍ୟରେ ଗଙ୍ଗାଧର ମେହର ମେଗାଲିଫ୍ଟ କେନାଲ ସିଷ୍ଟମର ଟେଣ୍ଡର ପ୍ରକି୍ରୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ଖଣିଜ ପାଣ୍ଠିର ବିନିଯୋଗରେ ପାନୀୟ ଜଳ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଜୀବିକା ସୃଷ୍ଟି କାର୍ଯ୍ୟକ୍ରମଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ଖଣିଜ ପାଣ୍ଠି ଜିଲ୍ଲାଗୁଡ଼ିକରେ ଅଧିକ ସଂଖ୍ୟକ ମେଗା ପାଇପ ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଲୋକଶକ୍ତିକୁ ଆକଳନ କରିବା ପାଇଁ ସେ ପଂଚାୟତିରାଜ ଓ ଜଳସଂପଦ ବିକାଶ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ଏହି ସମୀକ୍ଷାରେ ଉନ୍ନୟନ କମିଶନର ଆର. ବାଲକି୍ରଷ୍ଣନ, ଜଳସଂପଦ ବିକାଶ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଓ ୪ଟି ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook