May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୯ରେ +୨ ବିଜ୍ଞାନ ପରୀକ୍ଷା ଫଳ

    Share on :
    Date: May 17, 2018    Views: 575

    ଭୁବନେଶ୍ୱର : ଆସନ୍ତା ୧୯ରେ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହେବ  । ସିଏଚଏସଇ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରାଯିବ  । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର  । ଚଳିତ ମାସ ସୁଦ୍ଧାଳ +୨ କଳା ଓ +୨ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି  । 

    ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଅଫିସିଆଲ ୱେବସାଇଟ୍ chseodisha.nic.in  ଓ orissaresults.nic.inରେ ଦେଖିପାରିବେ  ।

    ସୂଚନାଯୋଗ୍ୟଯେ, ଗତ ମାର୍ଚ୍ଚ ୬ରେ +୨ ପରୀକ୍ଷା ଆରମ୍ଭ ହୋଇଥିଲା  । ୧୧୦୪ କେନ୍ଦ୍ରରେ ରାଜ୍ୟର ୧୫୦୪ କଲେଜର ପ୍ରାୟ ୩.୮୦ ଲକ୍ଷ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେଇଥିଲେ  । ରାଜ୍ୟର ୫୬ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୪ରୁ ଅପ୍ରେଲ ୧୪ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପ୍ରେଲ ୧୬ରୁ ଅପ୍ରେଲ ୨୬ ପର୍ଯ୍ୟନ୍ତ ପରୀକ୍ଷା ଖାତା ମୂଲ୍ୟାୟନ କରାଯାଇଥିଲା  । 

    Maximum 500 characters

    ତାଜା ଖବର View all

    Find Us on Facebook