Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପପୁ ପମପମଙ୍କ ଅବସ୍ଥା ସଂକଟାପନ୍ନ

    Share on :
    Date: May 17, 2018    Views: 4265

    ଭୁବନେଶ୍ୱର : ଦର୍ଶକ ଓ ଶ୍ରୋତାଙ୍କୁ ହସେଇ ହସେଇ କନ୍ଦାଇ ଦେଉଥିବା ପପୁ ପମପମ୍ ଏବେ ଜୀବନ ମରଣ ସହ ଲଢେ଼ଇ କରୁଛନ୍ତି  । ତାଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହୋଇଯାଇଛି  । ଏମ୍ସରେ ଚିକିତ୍ସିତ ହେଉଥିଲେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉନଥିବା ଜାଣିବାକୁ ମିଳିଛି  । ପପୁଙ୍କ ଅଗଣିତ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି  ।

    ଓଲିଉଡ଼ର ସବୁଠୁ ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମ କିଛିଦିନ ତଳେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା  । ପପୁଙ୍କ ପେଟ ଓ ଛାତିରେ ପାଣି ଜମାଟ ବାନ୍ଧି ଯାଇଥିବାବେଳେ ଯକୃତ ଓ ପେଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି  । ତେବେ ଘରୋଇ ହସପିଟାଲରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରଲକ୍ଷିତ ନହେବାରୁ ଏୟାର ଆମ୍ବୁଲାନ୍ସ ଯୋଗେ ପପୁଙ୍କୁ ଦିଲ୍ଲୀ ଏମସ ପଠାଯାଇଥିଲା  । ଦିଲ୍ଲୀ ଏମ୍ସରେ ସେ ଦୁଇ ଦିନ ତଳେ ର୍ତ୍ତି ହୋଇଥିଲେ  । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହୋଇ ଯାଇଥିବା ଜାଣିବାକୁ ମିଳିଛି  । ବିଭିନ୍ନ ମହଲରେ ପପୁଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି  ।

    Maximum 500 characters

    ବିଶେଷ View all

    Find Us on Facebook