May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶପଥ ନେଲେ ୟେଦୁରପ୍ପା, ବିଧାନସଭା ପରିସରରେ ଜେଡ଼ିଏସ-କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

    Share on :
    Date: May 17, 2018    Views: 3187

    ବେଙ୍ଗାଲୁର : କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ବିଏସ ୟେଦୁରପ୍ପା  । ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ସୁପ୍ରିମକୋର୍ଟ ରହିତାଦେଶ ନଲଗାଇବାରୁ ଆଜି ସକାଳେ ସେ ଶପଥ ଗ୍ରହଣ କରିଛନ୍ତି  । ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ  । ଗୋଟିଏ ପଟେ ରାଜଭବନରେ ୟେଦୁରପ୍ପା ଶପଥ ନେଉଥିବାବେଳେ ଅପରପକ୍ଷରେ କର୍ଣ୍ଣାଟକ ବିଧାନସଭା ପରିସରରେ ଜେଡ଼ିଏସ ଓ କଂଗ୍ରେସ ନେତା ଓ ବିଧାୟକମାନେ ଧାରଣା ଓ ପ୍ରତିବାଦ କରିଥିଲେ  ।  ଶପଥ ଗ୍ରହଣ ପରେ ମଧ୍ୟ କର୍ଣ୍ଣାଟକ ଡ୍ରାମାର ଅନ୍ତ ଘଟିନାହିଁ  । ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶ ମୁତାବକ ଉଭୟ ବିଜେପି ଏବଂ ଜେଡ଼ିଏସ-କଂଗ୍ରେସ ନିଜ ନିଜ ସପକ୍ଷରେ ଥିବା ବିଧାୟକମାନଙ୍କ ତାଲିକା ପ୍ରଦାନ କରିବେ  । ବିଧାୟକଙ୍କ ତାଲିକା ଦେଖିବା ପରେ କାହାର ସଂଖ୍ୟାଗରିଷ୍ଠତା ରହିଛି ବା କିଭଳି ସଂଖ୍ୟା ଗରିଷ୍ଠତା ରହିବ ସେନେଇ ସୁପ୍ରିମକୋର୍ଟ ଅନୁଶୀଳନ କରିବେ  । ଅପରପକ୍ଷରେ କଂଗ୍ରେସର ଦୁଇ ବିଧାୟକ ଗାଏବ ଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଖୁବଶୀଘ୍ର ସେମାନେ ତାଙ୍କ ନିକଟରେ ପହଁଚିବେ ବୋଲି କଂଗ୍ରେସ ଦାବି କରିଛି  ।

    Maximum 500 characters

    ରାଜନୀତି View all

    Find Us on Facebook