Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେପିକୁ ବିଜେଡିର ୫ ପ୍ରଶ୍ନ

    Share on :
    Date: May 16, 2018    Views: 6497

    ଭୁବନେଶ୍ୱର : ଉତରପ୍ରଦେଶର ବାରାଣସୀରେ ବି୍ରଜ ଭୁଶୁଡ଼ିବା ଘଟଣାରେ ବିଜେପିକୁ ଘେରିଛି ବିଜେଡି । ବିଜେଡି ମୁଖପାତ୍ର ତେଜେଶ୍ୱର ପରିଡ଼ା ବିଜେପିକୁ ଟାର୍ଗେଟ କରି ୫ଟି ପ୍ରଶ୍ନ ପିଚାରିଛନ୍ତି? ସେ କହିଛନ୍ତି ଯେ, ଭୁବନେଶ୍ୱରର ବମିଖାଲ ବି୍ରଜ ଭୁଶୁଡ଼ିବା ବେଳେ ବିଜେପି ନେତାମାନେ ରାଜରାସ୍ତାକୁ ଓହ୍ଲାଇଆସି ବିଜେଡି ସରକାରକୁ ଦାୟୀ କରିଥିଲେ । ବି୍ରଜ ଭୁଶୁଡ଼ିବା ପଛରେ ପିସି କାରବାର ଚାଲିଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ବାରାଣସୀରେ ନିର୍ମାଣ ହୋଇଥିବା ବି୍ରଜ ଭୁଶୁଡ଼ିଲା । ଉକ୍ତ ବି୍ରଜ୍ ନିର୍ମାଣ ନିମନ୍ତେ କେତେ ପିସି ନେଇଛନ୍ତି ସ୍ଥାନୀୟ ସାଂସଦ? ସେହିପରି ବମିଖାଲ ବି୍ରଜ ଭୁଶୁଡ଼ିବା ବେଳେ ଭୁବନେଶ୍ୱରରେ ଅନଶନ କରୁଥିଲେ ବିଜେପି ନେତା । କିନ୍ତୁ ବାରାଣସୀ ବି୍ରଜ ଭୁଶୁଡ଼ିବା ପରେ ଲକ୍ଷ୍ନୌରେ ବିଜେପି ନେତାମାନେ ଅନଶନ କରିବେ କି? ସେହିପରି ବମିଖାଲ ଘଟଣାରେ ସିବିଆଇ ତଦନ୍ତ କରୁ ବୋଲି ବିଜେପି ନେତାମାନେ ଦାବି କରିଥିଲେ, ବାରାଣସୀ ଘଟଣାରେ ସିବିଆଇ ତଦନ୍ତ ଦାବି କରିବେ କି? ବାରଣାସୀ ବି୍ରଜ ଭୁଶୁଡ଼ିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବର୍ଦ୍ଧନା ହେଉଥିଲେ, କିନ୍ତୁ ଘଟଣାସ୍ଥଳକୁ କାହିଁକି ଗଲେ ନାହିଁ ? ଉକ୍ତ ବି୍ରଜର ଶିଳାନ୍ୟାସ କିଏ କରିଥିଲେ ଓ ବି୍ରଜ ନିର୍ମାଣ କାର୍ଯ୍ୟ କେଉଁ ଏଜେନ୍ସିକୁ ଦିଆଯାଇଥିଲା ତାହାର ଉତର ଦିଅନ୍ତୁ ବିଜେପି ନେତାମାନେ । ଏମିତି ୫ଟି ପ୍ରଶ୍ନ ପଚାରି ବିଜେପିକୁ ଘେରିଛନ୍ତି ଶ୍ରୀ ପରିଡ଼ା । 

     

    Maximum 500 characters

    ଅଧିକ ମତାମତ

    Are pagal BJD chamcha pm kan PC niati . Sara India map re Bjp .2019 Election re dekhib BJD mukat odisha hebaku jauchi

    Bijay Kumar nayak

    May 16, 2018

    4 ଜଣ କର୍ମଚାରୀ ଙ୍କୁ ନିଲମ୍ବିତ କରାଯାଇଛି। ବିଜେଡି କେତେ ଜଣଙ୍କୁ ?

    Jitu bhai

    May 16, 2018

    ତାଜା ଖବର View all

    Find Us on Facebook