Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୋ ନାଁରେ ଗଣମାଧ୍ୟମରେ କାଳ୍ପନିକ କାହାଣୀ ରଚାଯାଉଛି : ପ୍ରତାପ ଷଡ଼ଙ୍ଗୀ

    Share on :
    Date: May 16, 2018    Views: 2601

    ଭୁବନେଶ୍ୱର : ମୋ ନାମରେ ଗଣମାଧ୍ୟମରେ କାଳ୍ପନିକ କାହାଣୀ ରଚାଯାଉଛି  । ଆମ ଦଳରେ ଏକତା ରହିଛି  । କୌଣସି ବିଭେଦ ନାହିଁ  । ବର୍ତ୍ତମାନର ସଭାପତିଙ୍କ ନେତୃତ୍ୱକୁ ମୁଁ ସ୍ୱୀକାର କରୁଛି  । ତେବେ କେଉଁ ନେତା ଓ ଦଳର ସ୍ୱାର୍ଥରେ ଏଭଳି ଖବର ପ୍ରକାଶ ପାଉଛି ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି  ।

    ଫେସବୁକ୍ ଲାଇଭ୍ ଜରିଆରେ ସେ କହିଛନ୍ତିଯେ, କେତେକ ଗଣମାଧ୍ୟମରେ ମୋର ବକ୍ତବ୍ୟକୁ ବିକୃତ ଭାବେ ଉପସ୍ଥାପିତ କରାଯାଉଛି  । ତାହା ମୋତେ ଆଶ୍ଚର୍ଯ୍ୟ କରିଛି  । ସେମାନଙ୍କ ନିହତ ଉଦେ୍ଧଶ୍ୟ ଓ ସ୍ୱାର୍ଥ କ’ଣ ତାହା ପଦାକୁ ଆସୁଛି  । ଗୋଟିଏ ନୁ୍ୟଜ ଚ୍ୟାନେଲରେ ସେ କହିଥିଲେଯେ, ଭାରତୀୟ ଜନତା ପାର୍ଟି ଉତର, ଦକ୍ଷିଣ, ପୂର୍ବ, ପଶ୍ଚିମ ସବୁଠି ବିଜୟୀ ହେଉଛି  । ୨୦୧୯ରେ ବିଜେପି ସତ୍ତାରୁଢ଼ ହେବ  । ତେବେ ଏତେ ରାଜ୍ୟରେ ବିଜେପି ସରକାର ଗଢ଼ୁଛି, ହେଲେ ଓଡ଼ିଶାରେ କାହିଁକି ସରକାର ଗଢ଼ି ପାରୁନାହିଁ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା  । ତେଣୁ ସେ କହିଥିଲେଯେ, ଏଥିପାଇଁ ମୁଁ ଓ ମୋ ଦଳ ଦାୟୀ  । ଆମେ ନବୀନଙ୍କୁ ହଟାଇବାରେ ସମର୍ଥ ହୋଇପାରିନାହୁଁ  । ଲୋକମାନଙ୍କୁ ଜାଗ୍ରତ କରିପାରିନାହୁଁ  । ନବୀନ ପଟ୍ଟନାୟକଙ୍କ କୁଶାସନ ବିରୋଧରେ ଜନସଚେତନତା ଓ ନବୀନଙ୍କ ବିରୋଧରେ ଲୋକଙ୍କ ମନରେ ଆକ୍ରୋଶ ଭାବନା ସୃଷ୍ଟି କରିବାରେ ଆମେ ବ୍ୟର୍ଥ ହୋଇଛୁ  । ଆମର ସୁଦୃଢ଼ ସଂଗଠନ କାରଣରୁ ବିଜେପି ୨୦୧୯ରେ କ୍ଷମତାକୁ ଆସିବ  । ଏ ବିଶ୍ୱାସ ମୋର ରହିଛି  । ସେହିପରି ବିଜେଡ଼ିର ବିକଳ୍ପ ଭାବେ ଉପସ୍ଥାପିତ କରିବାରେ ବିଜେପି ଏଯାଏଁ ସମର୍ଥ ହୋଇପାରିନାହିଁ  । ସେଥିପାଇଁ ସେ ନିଜକୁ ଓ ଦଳକୁ ଦାୟୀ କରିଥିଲେ  । ଏକଥାରେ ଆଜି ବି ସେ ଦୃଢ଼ ଅଛନ୍ତି ବୋଲି କହିଛନ୍ତି  । କିନ୍ତୁ ଏହାକୁ ନେଇ କେତେକ ଗଣମାଧ୍ୟମରେ କାଳ୍ପନିକ କାହାଣୀମାନ ରଚାଯାଇଛି  । ଯାହାକି ସାମ୍ବାଦିକତାର ଏଥିକ୍ସ ନୁହେଁ  । ସାମ୍ବାଦିକତା ସମାଜର ହିତ ପାଇଁ ଉଦ୍ଧିଷ୍ଟ  । ତାହାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଉଚିତ୍ ନୁହେଁ  । ଜନମାନସକୁ ବିଭ୍ରାନ୍ତ କରିବା ନିନ୍ଦନୀୟ ବୋଲି ପ୍ରତାପ କହିଛନ୍ତି  । 

    ସେ କହିଲେଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି  । ମୋତେ ସଭାପତି କରାଗଲା ନାହିଁ ବୋଲି ମୁଁ ରୁଷ୍ଟ ହୋଇଥିବା ପ୍ରଚାର ହେଉଛି  । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଣଙ୍କୁ ସଭାପତି କରିବାକୁ କହିବେ ହେଲେ ସେ ମନା କରି ପଳାଇ ଆସିବେ ଏମିତି କୌଣସି ଦଳରେ ନଜିର ନାହିଁ  । ଆମ ଦଳରେ ବିଭେଦ ନାହିଁ  । ପୂର୍ଣ୍ଣ ଏକତା ଅଛି  । କିନ୍ତୁ କେଉଁ ଦଳ ଓ ନେତାଙ୍କ ସ୍ୱାର୍ଥ ପାଇଁ ଗଣମାଧ୍ୟମରେ ଏଭଳି ପ୍ରଚାର ହେଉଛି ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି  । ହିମାଳୟ ପର୍ବତରେ ମୁଣ୍ଡ ବାଡେ଼ଇଲେ କ’ଣ ହେବବୋଲି ସେ ବ୍ୟଙ୍ଗୋକ୍ତି କରିଛନ୍ତି  । ସେହିପରି ବର୍ତମାନର ନେତୃତ୍ୱକୁ ସେ ସ୍ୱୀକାର କରୁଛନ୍ତି । ପୂର୍ବରୁ ତାଙ୍କ ନାମ ସଭାପତି ପାଇଁ ଚର୍ଚ୍ଚା ହେଉଥିଲା  । ସଭାପତି କରିବା ପାଇଁ ରାଷ୍ଟ୍ରୀୟ ସଭାପତି ମଧ୍ୟ କହିଥିଲେ  । ତାହା ପରେ ମଧ୍ୟ ସେ ଆନନ୍ଦରେ ବର୍ତମାନର ସଭାପତିକୁ ସ୍ୱୀକାର କରିଥିଲେ  । କିନ୍ତୁ ମୋ ବିରୋଧରେ କାଳ୍ପନିକ କାହାଣୀ ପ୍ରଚାର କରି ସେମାନେ ମୋତେ ଉତ୍ତେଜିତ କରିପାରିବେ ନାହିଁ ବୋଲି ପ୍ରତାପ କହିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook