May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୨ଟା ପରେ ୟେଦୁରପ୍ପାଙ୍କୁ ଆମନ୍ତ୍ରଣ କରିପାରନ୍ତି କର୍ଣ୍ଣାଟକ ରାଜ୍ୟପାଳ

    Share on :
    Date: May 16, 2018    Views: 5139

    ନୂଆଦିଲ୍ଲୀ : ସମସ୍ତଙ୍କ ନିଘା ଏବେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ଉପରେ  । କାହାକୁ ସେ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିବେ ନେଇ ଚର୍ଚ୍ଚା ଚାଲିଥିବାବେଳେ ସେ ପ୍ରଥମେ ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ଡାକିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି  । ୧୨ଟା ୧୬ରୁ ୨ଟା ପର୍ଯ୍ୟନ୍ତ ରାହୁ କାଳ ରହିଛି  । ରାହୁ କାଳକୁ ଅଶୁଭ ମନେ କରାଯାଉଥିବାରୁ ରାଜ୍ୟପାଳ ୨ଟା ପରେ ୟେଦୁରପ୍ପାଙ୍କୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି  । ଅପରପକ୍ଷରେ କଂଗ୍ରେସ ଓ ଜେଡ଼ିଏସ ନିଜ ନିଜ ବିଧାୟକଙ୍କୁ ପାଖରେ ରଖିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି  ।

    ବାଙ୍ଗାଲୋର ଠାରୁ ଦୂରରେ ଥିବା ଏକ ରିସୋର୍ଟରେ କଂଗ୍ରେସ ବିଧାୟକ ରହିବା ପାଇଁ ସମସ୍ତ ପ୍ରକାର ବନେ୍ଦାବସ୍ତ କରାଯାଇଛି  । ତେବେ ଇତିମଧ୍ୟରେ ୩ ଜଣ ବିଧାୟକ ବୈଠକରେ ଉପସ୍ଥିତ ନଥିବା ଜଣାପଡ଼ିଛି  । ଅପରପକ୍ଷରେ ଜେଡ଼ିଏସର ମଧ୍ୟ ୨ ବିଧାୟକ ବୈଠକରେ ଉପସ୍ଥିତ ନଥିବା ଜାଣିବାକୁ ମିଳିଛି  । ଯୋଡ଼ତୋଡ଼ ରାଜନୀତିରେ କିଏ ବାଜିମାତ୍ କରିବ ସେନେଇ କର୍ଣ୍ଣାଟକ ରାଜନୀତି ସରଗରମ ହୋଇପଡ଼ିଥିବାବେଳେ ୟେଦୁରପ୍ପାଙ୍କୁ ଯଦି ରାଜ୍ୟପାଳ ସରକାର ଗଢ଼ିବାକୁ ଆମନ୍ତ୍ରଣ କରନ୍ତି ତେବେ କଂଗ୍ରେସ ସୁପ୍ରିମକୋର୍ଟ ଯିବ ବୋଲି ସୂଚନା ଦେଇଛି  ।

    Maximum 500 characters

    ଅଧିକ ମତାମତ

    Only BJP Mr BSY

    Sanjay

    May 16, 2018

    ତାଜା ଖବର View all

    Find Us on Facebook