May 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମେ’ ୧୮ରେ କେଜ୍ରିୱାଲଙ୍କୁ ଜେରା କରିବ ଦିଲ୍ଲୀ ପୁଲିସ୍

    Share on :
    Date: May 16, 2018    Views: 347

    ନୂଆଦିଲ୍ଲୀ : ମୁଖ୍ୟସଚିବ ଅଂଶୁ ପ୍ରକାଶଙ୍କୁ ଦୁର୍ବବ୍ୟହାର ମାମଲାରେ ଦିଲ୍ଲୀ ପୁଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେରା କରିବ  । ଏନେଇ କେଜ୍ରିୱାଲଙ୍କୁ ନୋଟିସ୍ ଦିଆଯାଇଥିବାବେଳେ ମେ’ ୧୮, ଦିନ ୧୧ଟାରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି  । ଗତମାସରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ମଧ୍ୟ ପୁଲିସ ଏନେଇ ପଚରାଉଚରା କରିଥିଲା  ।
    ସୂଚନାଯୋଗ୍ୟଯେ, ଗତ ଫେବୃଆରୀ ୧୯ରେ ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ଆପର ବିଧାୟକମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା  । ଏହି ଘଟଣାରେ ଦିଲ୍ଲୀ ପୁଲିସ୍ ୧୧ ବିଧାୟକଙ୍କୁ ପଚରାଉଚରା ମଧ୍ୟ କରିଥିଲା  । ଏହି ସମୟରେ କେଜ୍ରିୱାଲ, ତାଙ୍କର ପୂର୍ବତନ ପରାମର୍ଶଦାତା ଭିକେ ଜୈନ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ମଧ୍ୟ ଉପସ୍ଥିତ ଥିଲେ  । ଫେବୃଆରୀ ୨୩ରେ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସିସିଟିଭି ଯାଂଚ କରିବା ସହ ହାଡର଼୍ ଡିସ୍କ ଜବତ କରିଥିଲା  । ତେବେ ଏପର୍ଯ୍ୟନ୍ତ ହାଡର଼୍ଡିସ୍କର ଫୋରେନସିକ ରିପୋର୍ଟ ଆସିପାରିନାହିଁ  ।

    Maximum 500 characters

    ତାଜା ଖବର View all

    Find Us on Facebook