Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ‘ଜେଡ଼ିଏସ ବିଧାୟକଙ୍କୁ ୧୦୦ କୋଟିର ଅଫର’

    Share on :
    Date: May 16, 2018    Views: 1305

    ବେଙ୍ଗାଲୁର : କର୍ଣ୍ଣାଟକରେ ଚାଲିଛି ଯୋଡ଼ତୋଡ଼ ରାଜନୀତି  । ସରକାର ଗଢ଼ିବାକୁ ଆବଶ୍ୟକୀୟ ସଂଖ୍ୟା ନଥିଲେ ମଧ୍ୟ ବିଜେପି ସରକାର ଗଢ଼ିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି  । ଏମିତିକି ଜେଡ଼ିଏସ ବିଧାୟକଙ୍କୁ ୧୦୦ କୋଟି ଓ ମନ୍ତ୍ରୀ ପଦର ଅଫର ମିଳିଛି ବୋଲି ଜେଡ଼ିଏସ ନେତା କୁମାରସ୍ୱାମୀ ଅଭିଯୋଗ କରିଛନ୍ତି  ।

    ସେ କହିଛନ୍ତିଯେ, ସ୍ୱାଧୀନତାର ୭୦ ବର୍ଷ ଭିତରେ କ୍ଷମତା ପାଇଁ ଏଭଳି ହୀନ ଉଦ୍ୟମ କେବେ ଦେଖିବାକୁ ମିଳିନଥିଲା  । ମୁଁ ବା ମୋ ଦଳ କ୍ଷମତା ହାସଲ ପାଇଁ ଚାହୁଁନାହୁଁ  । କିନ୍ତୁ ପ୍ରଧାନମନ୍ତ୍ରୀ କ୍ଷମତାର ଦୁରୂପଯୋଗ କରୁଛନ୍ତି  । କ୍ଷମତା ପାଇଁ ବିକା କିଣା କରୁଛନ୍ତି  । ଜେଡ଼ିଏସର ନେତାଙ୍କୁ ବିଜେପି ପକ୍ଷରୁ ମନ୍ତ୍ରୀ ପଦ ସହ ୧୦୦ କୋଟିର ଅଫର ଦିଆଯାଇଛି  । ନିର୍ବାଚନରେ ବିଜେପିକୁ ବହୁମତ ମିଳିନାହିଁ  । ବିଜେପିର ବିଧାୟକ ସଂଖ୍ୟା ୧୦୪  । ତେବେ କଂଗ୍ରେସ ଓ ଜେଡ଼ିଏସର ବିଧାୟକ ସଂଖ୍ୟା ୧୧୬  । ଯାହାକି ବହୁମତ ଠାରୁ ୪ ଅଧିକ  । ତେଣୁ ପ୍ରଥମେ ରାଜ୍ୟପାଳ ଆମକୁ ହିଁ ସୁଯୋଗ ଦେବା କଥା  । ଯଦି ଆମେ ବହୁମତ ସାବ୍ୟସ୍ତ ନକରିପାରିବୁ ତେବେ ରାଜ୍ୟପାଳ ପରବର୍ତ୍ତୀ ପଦକ୍ଷେପ ନେଇପାରିବେ  । ୨୦୦୪ ଓ ୨୦୦୫ରେ ସେ ବାପାଙ୍କ ପରାମର୍ଶ ଗ୍ରହଣ ନକରି ଭୁଲ କରିଥିଲେ  । ପୂର୍ବ ଭୁଲ ସୁଧାରିବା ପାଇଁ ସେ କଂଗ୍ରେସ ସହ ମେଂଟ କରିଛନ୍ତି ବୋଲି କୁମାରସ୍ୱାମୀ କହିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook